ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିବସେନା ଓ ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ମଧ୍ୟରେ ବିବାଦ ଥମିବାର ନାଁ ନେଉନାହିଁ। ବିଏମସି କଙ୍ଗନାଙ୍କ ଅଫିସ ଭାଙ୍ଗି ଦେବା ପରେ ଏହି ବିବାଦ ଆହୁରି ବଢ଼ିଯାଇଛି। ଏହାରିମଧ୍ୟରେ ଆଜି କଙ୍ଗନା ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।

ଅପରାହ୍‌ଣ ସାଢ଼େ ୪ଟାରେ କଙ୍ଗନା ରାଜ୍ୟପାଳଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ମୁମ୍ବାଇରୁ ଯିବା ପୂର୍ବରୁ କଙ୍ଗନା ରାଜ୍ୟପାଳଙ୍କୁ ଭେଟି ପରିସ୍ଥିତି ସମ୍ପର୍କରେ ଅବଗତ କରାଇବେ ବୋଲି ଅନୁମାନ କରାଯାଉଛି।BGU

ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ତଥା ଆରପିଆଇ ସଭାପତି ରାମଦାସ ଅଠବାଲେ ଶୁକ୍ରବାର ରାଜ୍ୟପାଳ ଭାଗବତ ସିଂ କୋଶ୍ୟାରିଙ୍କୁ ଭେଟି କଙ୍ଗନା ପାଇଁ କ୍ଷତିପୂରଣ ଦାବି କରିଥିଲେ।

ସୁଶାନ୍ତ ସିଂ ରାଜପୁତଙ୍କ  ମୃତ୍ୟୁପରେ ମୁମ୍ବାଇକୁ ପାକ୍‌ ଅଧିକୃତ କଶ୍ମୀର କହିଥିଲେ କଙ୍ଗନା। ଏହାପରଠୁ କଙ୍ଗନା ଏବଂ ଶିବସେନା ମଧ୍ୟରେ ବିବାଦ ଜାରି ରହିଛି।

Comment