ଓଡ଼ିଶାଲାଇଭ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ଜେଜେଙ୍କ ଶୁଦ୍ଧିକ୍ରିୟା ବେଳେ ନଈରେ ଭାସି ଗଲା ନାତି। ଅଗ୍ନିଶମ କର୍ମଚାରୀ ଖୋଜି ଖୋଜି ପତ୍ତା ପାଉନାହାନ୍ତି। ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡା ସହରର ମୀରପାଟଣା ଗାଁରେ।

ମୀରପାଟଣା ଗାଁର ପରିକ୍ଷିତ ଦାସଙ୍କ ବାପା ନନ୍ଦ ଦାସଙ୍କ ଦେହାନ୍ତ ହୋଇଥିଲା। ଆଜି ତାଙ୍କ ଦଶ ଦିନରେ ଗୋବରୀ ନଈରେ ପରିବାର ଲୋକ ଶୁଦ୍ଧକ୍ରିୟା କରୁଥିଲେ। ପରିକ୍ଷୀତ ନଦୀକୂଳରେ ପିଣ୍ଡ କାର୍ଯ୍ୟ କରୁଥିବା ବେଳେ ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ନଦୀରେ ଗାଧୋଉଥିଲେ ତାଙ୍କ ପୁଅ ଅଙ୍କିତ।

ପହଁରା ଶିଖିନଥିବାରୁ ହଠାତ ବୁଡିଯାଇ ନିଖୋଜ ହୋଇଗଲେ ଅଙ୍କିତ। ପାଖରେ ଗାଧୋଉଥିବା ଲୋକେ ଚିତ୍କାର କଲେ। ହେଲେ ଆଉ ଅଙ୍କିତଙ୍କର ପତ୍ତା ମିଳିଲାନି। ସେପଟେ ବାପାଙ୍କ ଶୁଦ୍ଧ କର୍ମ ବନ୍ଦ ହୋଇଗଲା। ଅଙ୍କିତଙ୍କୁ ସମସ୍ତେ ଖୋଜିବା ଆରମ୍ଭ କଲେ। ହେଲେ ମିଳିଲେନି ଅଙ୍କିତ। ଅଗ୍ନିଶମ ବିଭାଗ ଅଙ୍କିତଙ୍କୁ ଖୋଜିଖୋଜି ନିରାଶ ହୋଇଛନ୍ତି।BGU

ଅଙ୍କିତ ପରିକ୍ଷୀତଙ୍କର ଏକମାତ୍ର ପୁଅ। ୧୭  ବର୍ଷୀୟ ଅଙ୍କିତ ମହାବୀର ମହାବିଦ୍ୟାଳୟ ନିକିରାଇରେ  ଯୁକ୍ତ ୨ ଶେଷ ବର୍ଷର ଛାତ୍ର ଥିଲେ। ତାଙ୍କର ଏପରି ଅକାଳ ଘଟଣା ସାରା ଗଁ ମର୍ମାହତ ହୋଇଯାଇଛି।

Comment