ଓଡ଼ିଶାଲାଇଭ୍ ବ୍ୟୁରୋ

ଏମସ ହସ୍ପିଟାଲରେ ପୁଣିଥରେ ଭର୍ତ୍ତିହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶନିବାର ରାତି ୧୧ଟାରେ ସେ ନିଃଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ତାଙ୍କୁ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତ କିଛି ଦିନ ଧରି ଅମିତ ଶାହଙ୍କୁ ସ୍ୱାସ୍ଥ୍ୟବସ୍ଥା ଭଲ ରହୁନଥିବା ଦେଖିବାକୁ ମିଳିଛି। ସେ ଲଗାତାର ଭାବେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ଖବର ସାମନାକୁ ଆସୁଛି।BGUଗତ ଅଗଷ୍ଟ ୧ ତାରିଖରେ ଅମିତ ଶାହ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ହସ୍ପିଟାଲରୁ ଚିକିତ୍ସିତ ହୋଇ ସେ ଅଗଷ୍ଟ ୧୪ରେ କରୋନାରୁ ସୁସ୍ଥ ହୋଇଥିଲେ। ହେଲେ ପୁଣିଥରେ ସେ ଅସୁସ୍ଥତା ଅନୁଭ କରିବାରୁ ଅଗଷ୍ଠ ୧୮ରୁ ୩୧ ତାରିଖ ପର୍ଯ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଏବେ ପୁଣିଥରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comment