ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବ ଲଦାଖରେ ଗତ ୪ ମାସ ଧରି ଭାରତ ଏବଂ ଚୀନ୍ ମଧ୍ୟରେ ତିକ୍ତତା ଲାଗି ରହିଛି। ଚୀନର ପ୍ରତି ପଦକ୍ଷେପର କଡ଼ା ଜବାବ ଦେଉଛି ଭାରତ। ସୀମାରେ ନିଜର କବ୍‌ଜା ଜମାଇବାରେ ବାରମ୍ବାର ବିଫଳ ହେବା ପରେ ଚୀନ ଏବେ ନୂଆ ଉପାୟ ଆପଣେଇଛି। ଡିଜିଟାଲ ମାଧ୍ୟମରେ ଭାରତର ବଡ଼ ବଡ଼ ହସ୍ତୀମାନଙ୍କ ଉପରେ ନଜର ରଖି କିଛି ବଡ଼ ଷଡ଼ଯନ୍ତ୍ର କରୁଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ତେବେ ଡ୍ରାଗନ ସ୍କାନରରେ ଭାରତର କେଉଁମାନେ ଅଛନ୍ତି?

ଚୀନ୍ ଭାରତର ବଡ ବଡ଼ ରାଜନେତା ଏବଂ ବଡ ପଦବୀରେ ଥିବା ଲୋକଙ୍କୁ ଉପରେ ନଜର ରଖୁଛି। ଏହି ତାଲିକାରେ ତାଲିକାରେ ପ୍ରଧାନମନ୍ତ୍ରୀ, କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ, ସାଂସଦ, ଆଇନଜୀବୀ, ସେନା ସମେତ ପ୍ରାୟ ୧୩୫୦ ଜଣଙ୍କ ନାଁ ରହିଛି।

ଚୀନ କମ୍ପାନୀ ଶେନଜେନ୍ ଇନଫୋଟେକ୍ ଏବଂ ଜେନହୁଆ ଇନଫୋଟେକ୍ ସେମାନଙ୍କ ଉପରେ ନଜର ରଖିବା କାର୍ଯ୍ୟ କରୁଛନ୍ତି।india-china meeting

ତାଲିକାରେ ଅଛନ୍ତି:

  • ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ
  • କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ
  • ସିଡିଏସ୍‌ ବିପିନ ରାୱତ
  • ଭାରତର ପ୍ରଧାନ ବିଚାରପତି ଏସ୍ ବବଡେ
  • ଚାରିଜଣ ପୂର୍ବତନ ପ୍ରଧାନମନ୍ତ୍ରୀ
  • ୨୪ ମୁଖ୍ୟମନ୍ତ୍ରୀ
  • ୩୫୦ ସାଂସଦ
  • ୧୬ ପୂର୍ବତନ ମୁଖ୍ୟମନ୍ତ୍ରୀ

ଏଥିସହିତ ବିଭିନ୍ନ ଦଳର ପ୍ରାୟ ୭୦୦ ନେତାଙ୍କୁ ମଧ୍ୟ ଚୀନ୍ ନଜରରେ ରଖିଛି। ଏହା ବ୍ୟତୀତ ୪୬୦ ଜଣ ସାଧାରଣ ଲୋକ ଅଛନ୍ତି ଯେଉଁମାନେ ଏହି ନେତାଙ୍କ ଘନିଷ୍ଠ ସମ୍ପର୍କୀୟ ଅଟନ୍ତି।BGU

 ମୁଖ୍ୟମନ୍ତ୍ରୀଙ୍କ ଉପରେ ନଜର

ଡ୍ରାଗନ୍ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପରେ ନଜର ରଖିଥିବା ଜଣାପଡ଼ିଛି। ଏଥିସହିତ ଚୀନ୍ କମଲ ନାଥ, ଲାଲୁ ପ୍ରସାଦ ଯାଦବ ଏବଂ ମୁଲାୟମ ସିଂ ଯାଦବଙ୍କ ପରି ବହୁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନଜରରେ ରଖାଯାଇଛି।

କେବଳ ଭାରତୀୟ ରାଜନେତା ନୁହଁନ୍ତି, ବହୁ ପୂର୍ବତନ ସେନା ଅଧିକାରୀ, କୂଟନୀତିଜ୍ଞ ଏବଂ ଭାରତର ଅନେକ ଅନୁଷ୍ଠାନ ମଧ୍ୟ ଚୀନ୍ ନଜରରେ ଅଛନ୍ତି।

Comment