ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋgeeta kapoor

ଏବେ ବଲିଉଡରେ ସବୁଠୁ ଲୋକପ୍ରିୟ କୋରିୟୋଗ୍ରାଫରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗୀତା କପୁର। ସେ ଗୀତା ମା’ ଭାବେ ସବୁଠି  ପରିଚିତ। ସୁପରହିଟ୍‌ ଫିଲ୍ମ ‘କୁଛ କୁଛ ହୋତା ହୈ’ରେ ଗୋଟେ ଗୀତରେ ଛୋଟ ଭୂମିକାରେ ନଜର ଆସିଥିଲେ ଗୀତା। କିନ୍ତୁ ସେଠାରେ ତାଙ୍କୁ ଏତେ ଗୁରୁତ୍ୱ ମିଳିନଥିଲା। ଜି ଟିଭରେ ପ୍ରସାରିତ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ଜଜ୍‌ ହେବା ପରେ ତାଙ୍କୁ ବହୁ ଲୋକପ୍ରିୟତା ମିଳିଥିଲା।

ଗୀତା ୧୯୭୩ ମସିହା ଜୁଲାଇ ୫ରେ ମୁମ୍ବାଇରେ ଜନ୍ମ ହୋଇଥିଲେ। ମାତ୍ର ୧୫ ବର୍ଷ ବୟସରେ ଫରାହ ଖାନଙ୍କ ଗ୍ରୁପରେ ଯୋଗ ଦେଇଥିଲେ।  ପରେ ସେ ଫରାହଙ୍କ ସହ ‘କୁଛ କୁଛ ହୋଟା ହୈ, ‘ଦିଲ ତୋ ପାଗଲ ହୈ ‘, ‘କଭି ଖୁସି କଭି ଗମ’, ‘ମହବତେଁ’, ‘କଲ ହୋ ନା ହୋ’, ‘ଓମ ଶାନ୍ତି ଓମ’ ଭଳି ଅନେକ ହିଟ୍‌ ଫିଲ୍ମରେ କୋରିଓଗ୍ରାଫି କରିଥିଲେ।

କେବଳ ଏତିକି ନୁହେଁ, ସେ ଅନେକ ଫିଲ୍ମରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର  ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ଗୀତା।

ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ୪୭ ବର୍ଷୀୟ ଗୀତା ଏପର୍ଯ୍ୟନ୍ତ ବିବାହ କରିନାହାଁନ୍ତି। ତାଙ୍କ ନାମ ବହୁ ପୂର୍ବରୁ ରାଜୀବ ଖିଞ୍ଚିଙ୍କ ସହ ଜଡିତ ଥିଲା। ସୋସିଆଲ ମିଡିଆରେ ଗୀତା ଏବଂ ରାଜୀବଙ୍କ ଫଟୋକୁ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା। ଉଭୟ ପରସ୍ପରକୁ ଡେଟ କରୁଥିବା ଶୁଣିବାକୁ ମିଳିଥିଲା। ହେଲେ ସେ ଦୁହେଁଙ୍କ ଭିତରୁ କେହି ବି ଏହାକୁ ସ୍ପଷ୍ଟ କରିନଥିଲେ। ରାଜୀବ ଜଣେ ଫିଲ୍ମ ଅଭିନେତା, ନିର୍ଦ୍ଦେଶକ ଏବଂ କୋରିଓଗ୍ରାଫର୍ ମଧ୍ୟ।BGU

ଗୀତ କପୁରଙ୍କ ସବୁଠ ବଡ଼ ବିଶେଷତ୍ୱ ହେଉଛି ତାଙ୍କ ନିଆରା ଅନ୍ଦାଜ। ଡ୍ୟାନ୍ସ ରିଆଲିଟି ସୋ’ମାନଙ୍କରେ ସେ ଯେଉଁ ଅନ୍ଦାଜରେ ଜଜ୍‌ମେଣ୍ଟ କରନ୍ତି ତାହା ସମସ୍ତଙ୍କୁ ଆକର୍ଷିତ କରିଥାଏ।

Comment