ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡାrashi fala

ଜାଣନ୍ତୁ କ’ଣ କହୁଛି ଆପଣଙ୍କର ରାଶି – ପ୍ରତିଦିନ ଏହି ସମୟରେ ଓଡ଼ିଶାଲାଇଭ୍ ପୋର୍ଟାଲରେ।

ତିଥି ଓ ପର୍ବ-ଦିବସ: ଆସନ୍ତାକାଲି ଆଶ୍ଵିନ ଶୁଦ୍ଧ କୃଷ୍ଣପକ୍ଷ ତ୍ରୟୋଦଶୀ ରାତ୍ରି ୧୧:୦୦:୨୬ ଗତେ ଚତୁର୍ଦ୍ଦଶୀ ତିଥି। କର୍କଟଚନ୍ଦ୍ର ଦିବା ୦୨:୨୪ ଗତେ ସିଂହଚନ୍ଦ୍ର। ଅଶ୍ଳେଷା ଦିବା ୦୨:୨୪:୧୨ ଗତେ ମଘା। ମାସାନ୍ତ, ଅଗସ୍ତ୍ୟ ଅର୍ଘ୍ୟଦାନ ଶେଷ। ପିତୃପକ୍ଷର ତ୍ରୟୋଦଶୀ ଶ୍ରାଦ୍ଧ, ଗଜଚ୍ଛାୟା ଯୋଗ। ଭୌମ ପ୍ରଦୋଷ ବ୍ରତ। ଶ୍ରୀଶ୍ରୀଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୩ତମ ଶୁଭାବିର୍ଭାବ ଦିବସ। ଭାରତରତ୍ନ ସାର୍‌ ଏମ୍‌ ବିଶ୍ୱେଶ୍ୱରାୟାଙ୍କ ଜୟନ୍ତୀ (ତା୧୫-୦୯-୧୮୬୧), ଅଭିଯନ୍ତା (ଇଞ୍ଜିନିୟର୍ସ) ଦିବସ। ତ୍ରୟୋଦଶୀ ତିଥିରେ ବାଇଗଣ ଏବଂ ରାତ୍ରି ୧୧:୦୦:୨୬ ଗତେ ଚତୁର୍ଦ୍ଦଶୀ ତିଥିରେ ବିରି ଓ ତୈଳ ଭକ୍ଷଣ ନିଷେଧ।rasifalaମେଷ: ଭୟର ବାତାବରଣ ଦୂରହେବ। ମାନସିକ ଅଶାନ୍ତି ମିଳିବ। କଣ୍ୟାଣଚନ୍ଦ୍ରର ଶୁଭଫଳ ପାଇବେ। କିନ୍ତୁ ନିଜର କ୍ରୋଧ ଓ ଜିହ୍ଵା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ। କାରଣ ଜିହ୍ଵାଗ୍ରେ ବସତେ ଲକ୍ଷ୍ମୀଃ, ଜିହ୍ଵାଗ୍ରେ ମିତ୍ରବାନ୍ଧବାଃ। ଦିବା ୦୨:୨୪ ଗତେ କୃଷ୍ଣପକ୍ଷର ପଞ୍ଚମ ଚନ୍ଦ୍ର ଶୁଭଫଳ ଦେବ ନାହିଁ।

ଦୁଃଖ, ଯାତନା ସହ ମାନସିକ ଉଦ୍‌ବେଗ ଦେଖାଦେଇପାରେ। ସତ୍ କାର୍ଯ୍ୟରେ ନିବିଷ୍ଟ ରହିବା ସହ ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ। ଧୈର୍ଯ୍ୟ ଧରିଲେ ସମସ୍ତ ବିପଦ କଟିବ।rasifalaବୃଷ: କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି। ଦିବା ୦୨:୨୪ ଗତେ ଭୟର ବାତାବରଣ ଦୂର ହେବା ସହ ମାନସିକ ଶାନ୍ତି ମିଳିବ।

କିନ୍ତୁ ନୂତନ କାର୍ଯ୍ୟରେ ହାତ ଦେବା ଉଚିତ ନୁହେଁ। ଖର୍ଚ୍ଚ ଉପରେ ମଧ୍ୟ ନିୟନ୍ତ୍ରଣ ରଖିବା ଉଚିତ। ବନ୍ଧୁବର୍ଗରୁ କିଛି ଅଶୁଭ ସମାଚାର ମିଳିପାରେ। ଧାର୍ମିକ କାର୍ଯ୍ୟକଳାପ ଓ ଯାଜନରେ ନିଜକୁ ନିମଜ୍ଜିତ ରଖନ୍ତୁ।rasifalaମିଥୁନ: ସ୍ଵାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ। ଖର୍ଚ୍ଚ ବଢ଼ିପାରେ। ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ। ମୌନବ୍ରତ ଅନେକ ସମସ୍ୟାର ସମାଧାନ କରିଦେବ।

ଦିବା ୦୨:୨୪ ଗତେ କାର୍ଯ୍ୟରେ ସଫଳତା ମିଳିବ। ଗୃହକୁ ବନ୍ଧୁ-ଅତିଥିଙ୍କ ଆଗମନ ଘଟିପାରେ। ଉତ୍ତମ ପାନଭୋଜନ ଓ ବସ୍ତ୍ର-ଆଭୂଷଣରେ ସୁଖୀ ହେବେ। ବ୍ୟବସାୟରେ ଉନ୍ନତି, ଅଳ୍ପଦୂର ଯାତ୍ରା ଓ ବକେୟା ଅର୍ଥଲାଭ ଯୋଗ ଅଛି।rasifalaକର୍କଟ: ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ। ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି। କର୍ମକ୍ଷେତ୍ରରୁ ବି ଶୁଭ ଖବର ମିଳିବ। କିନ୍ତୁ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ଦିବା ୦୨:୨୪ ଗତେ ଘାତଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ସ୍ଵାସ୍ଥ୍ୟ ଓ ଅର୍ଥ ଲାଗି କେତେକ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ହୋଇପାରେ।

ଖର୍ଚ୍ଚ ବଢ଼ିପାରେ। ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ। ସତ୍‌ଚିନ୍ତା ଓ ସତ୍‌କର୍ମରେ ନିବିଷ୍ଟ ରହିବା ଆବଶ୍ୟକ। ଅନିୟନ୍ତ୍ରିତ କ୍ରୋଧ ଉପରେ ଅଙ୍କୁଶ ରଖନ୍ତୁ।rasifalaସିଂହ: ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍‌କାର୍ଯ୍ୟରେ ଦାନ କରିପାରନ୍ତି। ବ୍ୟବସାୟିକ ଦେଣନେଣ କାରବାରରୁ ଦୂରରେ ରହନ୍ତୁ। ଦିବା ୦୨:୨୪ ଗତେ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ ହେବେ।

ବସ୍ତ୍ର-ଆଭୂଷଣ ପ୍ରାପ୍ତି ଓ ବନ୍ଧୁମିଳନ ଯୋଗ ଅଛି। ଶ୍ରୀଚନ୍ଦ୍ର ସବୁ ପ୍ରକାର ଶୁଭଫଳ ଦେଲେ ମଧ୍ୟ କଳହ, ମକଦ୍ଦମା, ଦୂରଯାତ୍ରା, ଯାନବାହନ ଓ ପଶୁକ୍ରୟ ଆଦି ପାଇଁ ସମୟ ଅନୁକୂଳ ନୁହେଁ। ଏ ଦିଗରେ ସତର୍କତା ଅବଲମ୍ବନୀୟ। ଭୋଗର ବସ୍ତୁ ପାଖରେ ମିଳିଲେ ବି ଅତି ସର୍ବତ୍ର ଗର୍ହିତମ୍।rasifalaକନ୍ୟା: ଅନେକ ଶୁଭଫଳ ପାଇବେ। ମନର ଆଶା ପୂରଣ ହେବ। ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ।

କିନ୍ତୁ ଦିବା ୦୨:୨୪ ଗତେ ବୃଥା ଭ୍ରମଣ, ବ୍ୟୟ ଓ ଅର୍ଥହାନି ଘଟିପାରେ। ନୂତନ ଦ୍ରବ୍ୟ କ୍ରୟ ବା ସତ୍‌କାର୍ଯ୍ୟରେ ଦାନ କରିପାରନ୍ତି। ବ୍ୟବସାୟିକ ଦେଣନେଣ କାରବାରରୁ ନିବୃତ୍ତ ରହିବା ଆବଶ୍ୟକ।rasifalaତୁଳା: କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିପାରିବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ। ଆର୍ଥିକ ଲାଭ ମିଳିବ। ଦିବା ୦୨:୨୪ ଗତେ ବି ଏକାଦଶ ଚନ୍ଦ୍ର ଅନେକ ଶୁଭଫଳ ପ୍ରଦାନ କରିବେ। ମନର ଆଶା ପୂରଣ ହେବ।

ବ୍ୟବସାୟ-ବାଣିଜ୍ୟ ଓ ଶିଳ୍ପୋଦ୍ୟୋଗରେ ପୁଞ୍ଜିନିବେଶ ଲାଭଜନକ ହେବ। ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି। ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ। ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ।rasifalaବିଛା: ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟ ଚିନ୍ତା ଘାରିବ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ।

ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ। ଦିବା ୦୨:୨୪ ଗତେ କାର୍ଯ୍ୟସିଦ୍ଧି ହେବ ଓ ମନର ଆଶା ପୂରଣ ହେବ। କାର୍ଯ୍ୟକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହେବେ। ଶିଳ୍ପୋଦ୍ୟୋଗ ଓ ବ୍ୟବସାୟରେ ସଫଳତା ମିଳିବ।rasifalaଧନୁ: ଅଷ୍ଟମ ଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ। ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ଦିବା ୦୨:୨୪ ଗତେ ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ।

ସ୍ଵାସ୍ଥ୍ୟ ଚିନ୍ତା ଘାରିବ। ବ୍ୟବସାୟ-ବାଣିଜ୍ୟ ବା ଶିଳ୍ପ କାରବାରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। ଦୂରଯାତ୍ରା ସ୍ପୃହଣୀୟ ନୁହେଁ। ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ।rasifalaମକର: ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ସ୍ଵାମୀ-ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ଦିବା ୦୨:୨୪ ଗତେ ଅଷ୍ଟମ ଚନ୍ଦ୍ର ତଥା ଘାତଚନ୍ଦ୍ର ହେତୁ ସାବଧାନତା ଅବଲମ୍ବନୀୟ।

ଅବାଞ୍ଛିତ ଘଟଣା, ଦୁର୍ଘଟଣା, ଅସୁସ୍ଥତା, ପେଟ ଗୋଳମାଳ, ମାନସିକ ଅବସାଦ, ପାରିବାରିକ ସମସ୍ୟା, ଅର୍ଥହାନି ଆଦି ଦେଖାଦେଇପାରେ। କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ। ଇଷ୍ଟପରାୟଣ ହୋଇ ରହିପାରିଲେ ଅନେକ ଅଶୁଭ ହାତରୁ ନିଷ୍କୃତି ପାଇପାରିବେ।rasifalaକୁମ୍ଭ: ଦିନଟି ଆଜି ମୋଟାମୋଟି ଭଲରେ କଟିବ। ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ। ବ୍ୟବସାୟିକ କାରବାର ପାଇଁ ଦିନଟି ଶୁଭ। ସେୟାର ବଜାରରେ ପୁଞ୍ଜିନିବେଶ ଲାଭଜନକ ହେବ।

ଦିବା ୦୨:୨୪ ଗତେ ସୁଖସମ୍ପଦ, ସୁଖାଦ୍ୟ ଭୋଜନ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି। ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ। ତେବେ ଭୋଗ୍ୟବସ୍ତୁ ପାଖରେ ମିଳୁଥିଲେ ବି ‘ଅତି ସର୍ବତ୍ର ଗର୍ହିତମ୍’ ଏ କଥା ମନେ ରଖିବା ଉଚିତ।rasifalaମୀନ: ଆଜି ଦିନରେ ଶୁଭାଶୁଭ ମିଶ୍ରିତ ଫଳ ଭୋଗ ହେବ। ଦୁଃଖ, ଯାତନା ସହ ଉଦ୍‌ବେଗ ଦେଖାଦେଇପାରେ। ଇଷ୍ଟ ମନନଶୀଳ ରହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ। ଦିବା ୦୨:୨୪ ଗତେ ଆର୍ଥିକ କାରବାରରେ ଲାଭ ମିଳିବ। ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ।

ସେୟାର ବଜାରରେ ପୁଞ୍ଜିନିବେଶ ଲାଭଜନକ ହେବ। ଯେଉଁ କାର୍ଯ୍ୟରେ ହାତ ଦେବେ ତାହା ସଫଳ ହେବ। ମନେ ରଖନ୍ତୁ- ସତ୍ କର୍ମୀର କଦାପି ଅକଲ୍ୟାଣ ହୁଏ ନାହିଁ। ମାମୁ ଘରୁ କିଛି ଶୁଭ ଖବର ମିଳିପାରେ।

 [ଘୋଷଣା: ଦୈନିକ ରାଶିଫଳ ମୁଖ୍ୟତଃ ଚନ୍ଦ୍ରଙ୍କ ସ୍ଥିତିରୁ ବିଚାର କରାଯାଏ। ଭାରତରେ ପ୍ରାୟ ୧୨ କୋଟି ଲୋକ ଗୋଟିଏ ରାଶିର ହୋଇଥାନ୍ତି। ଏଥିରେ ଦିଆଯାଉଥିବା ଫଳ ସେ ସମସ୍ତଙ୍କ ପାଇଁ ସମାନ ଭାବରେ ଘଟିବ ବୋଲି ଭାବିବା ଠିକ୍‌ ନୁହେଁ। ରାଶିଫଳରୁ ପାଠକମାନେ ମୁଖ୍ୟତଃ ଦିନଟିର ଶୁଭାଶୁଭ ଜାଣିପାରିବେ। ତେବେ ରାଶିଫଳରେ ଦିଆଯାଇଥିବା ପୂର୍ବାନୁମାନକୁ ନିଜର ସଂପୂର୍ଣ୍ଣ ଭାଗ୍ୟଫଳ ବୋଲି ବିଚାର କରି କର୍ମ, ସାଧନା ବା ଉଦ୍ୟମରୁ ବିରତ ରହନ୍ତୁ ନାହିଁ। କାରଣ ବାସ୍ତବରେ ଆପଣଙ୍କ କର୍ମ ହିଁ ଆପଣଙ୍କ ଭାଗ୍ୟ।]

Comment