ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ଵରେ ଏଭଳି ଅନେକ ସ୍ଥାନ ଅଛି ଯାହାକି ପୂର୍ବରୁ ଅନ୍ୟ ଦେଶର ଅଂଶ ହୋଇଥାନ୍ତି। ପରେ ସେମାନେ ନିଜ ଦେଶରେ ମିଶିଥାନ୍ତି। ଆମେରିକାରେ ମଧ୍ୟ ସେହିଭଳି ଏକ ରାଜ୍ୟ ଅଛି। ଯାହାକୁ ରୁଷଠାରୁ ୪୫ କୋଟି ୮୧ ଲକ୍ଷ ଟଙ୍କାରେ କିଣିଥିଲା ଆମେରିକା। ଏହି ରାଜ୍ୟର ନାଁ ହେଉଛି ଆଲାସ୍କା।

ଆମେରିକାରେ ଥିବା ୫୦ ରାଜ୍ୟ ମଧ୍ୟରେ ଆଲାସ୍କା ସବୁଠାରୁ ବଡ଼। ଏହାର ପୂର୍ବରେ କାନାଡା, ଉତ୍ତରରେ ଆଣ୍ଟାଲାଟିକ ମହାସାଗର ଓ ପଶ୍ଚିମରେ ରୁଷ ଅବସ୍ଥିତ। ଆଲାସ୍କା ରୁଷରେ ଥିବା ବେଳେ ମଧ୍ୟ ଏହି ନାଁ ରହିଥିଲା। ଆମେରିକା ମଧ୍ୟ ଏହି ନାଁକୁ ପରିବର୍ତ୍ତନ କରି ନଥିଲା। ଆଲାସ୍କାର ଅର୍ଥ ହେଉଛି ମଧ୍ୟପ୍ରଦେଶ ବା ମହାନ ଭୂମି।

ବିଶ୍ଵର ସପ୍ତମ ବୃହତ୍ତମ ବରଫ କ୍ଷେତ୍ର ଜୋନାସ ଆଇସ ଫିଲ୍ଡ ଆଲାସ୍କାରେ ଅବସ୍ଥିତ। ୧୫୦୦ ବର୍ଗ କିଲୋମିଟର ଅଞ୍ଚଳର ଏହି ସ୍ଥାନରେ ୧୦୦ ଫୁଟର ବରଫ ଧାରଣ କରିଥାଏ।

ଆଲାସ୍କା ପତାକାକୁ ବେନି ବେନସନ୍‌ ନାମକ ଜଣେ ୧୩ ବର୍ଷ ବାଳକ ତିଆରି କରିଥିଲେ। ଏଥିପାଇଁ ୧୯୨୭ ମସିହାରେ ଏକ ପ୍ରତିଯୋଗୀତା କରାଯାଇଥିଲା ଯେଉଁଥିରେ ବେନି ବିଜେତା ହୋଇଥିଲେ। ସେଥିପାଇଁ ତାଙ୍କୁ ଛାତ୍ରବୃତ୍ତି ସ୍ଵରୂପ ୧୦୦ ଡଲାର ପ୍ରଦାନ କରାଯାଇଥିଲା।

୧୯୬୯ ଜାନୁଆରି ୩ ତାରିଖରେ ଆଲାସ୍କା ଆମେରିକାର ୪୯ତମ ରାଜ୍ୟ ହୋଇଥିଲା। ପ୍ରକୃତରେ ୩୦ ମାର୍ଚ୍ଚ ୧୮୬୭ରେ ଆମେରିକା ରୁଷଠାରୁ ଆଲାସ୍କା କିଣିଥିଲା। ଏଥିପାଇଁ ସେ ଏଥିପାଇଁ ରୁଷିଆକୁ ୪୫ କୋଟି ଟଙ୍କା ପ୍ରଦାନ କରିଥିଲା ଆମେରିକା। ସେତେବେଳେ ରୁଷିଆର ରାଜା ଥିଲେ ଦ୍ଵିତୀୟ ଆଲେକଜାଣ୍ଡର। ଯଦିଓ ଆଲାସ୍କାର ଲୋକମାନେ ଏହି ଚୁକ୍ତି ବିରୁଦ୍ଧରେ ଥିଲେ ମଧ୍ୟ ସେମାନଙ୍କ କଥାକୁ ଅଣଦେଖା କରାଯାଇଥିଲା। ଆମେରିକାକୁ ତାଙ୍କ ଦେଶ ଭାବରେ ଗ୍ରହଣ କରିବାକୁ ତାଙ୍କୁ ବହୁତ ସମୟ ଲାଗିଥିଲା।

Comment