ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଓ ଡ୍ରିଗ୍ସ ପ୍ରସଙ୍ଗ ଉଠାଇ ଆଜି ରାଜ୍ୟସଭାରେ ଖୁବ ବର୍ଷିଛନ୍ତି ସମାଜବାଦୀ ପାଟି ସାଂସଦ ଜୟା ବଚ୍ଚନ। ବଲିଉଡକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର କରାଯାଉଥିବା ସେ କହିଛନ୍ତି।

‘‘ଜଣଙ୍କ ଲାଗି ପୂରା ବଲିଉଡକୁ ବଦନାମ କରିବା ଠିକ ନୁହେଁ। ବଲିଉଡ ୫ ଲକ୍ଷ ଲୋକଙ୍କୁ ରୋଜଗାର ଦେଉଛି। ଇଣ୍ଡଷ୍ଟ୍ରିର କିଛି ଲୋକ ଅଛନ୍ତି ଯେଉଁମାନେ ସବୁଠୁ ଅଧିକ ଟିକସ ଦେଉଛନ୍ତି।ଏବେ ସେମାନଙ୍କ ହଇରାଣ କରାଯାଉଛି। କରୋନା ପାଇଁ ଦେଶର ଆର୍ଥିକ ସ୍ଥିତି ଏବେ ଠିକ ନାହିଁ। ଏଥିରୁ ଧ୍ୟାନ ହଟାଇବା ପାଇଁ ବଲିଉଡକୁ ଟାର୍ଗେଟ କରାଯାଉଛି। ତେଣୁ ବଲିଉଡର ସମର୍ଥନ ପାଇଁ ସରକାର ଆଗକୁ ଆସନ୍ତୁ’’, କହିଛନ୍ତି ଜୟା।BGU

ସେ ଆହୁରି ମଧ୍ୟ କହିଛନ୍ତି, ‘‘ବଲିଉହ ସବୁବେଳେ ସରକାରଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ସରକାର ଯାହା ବି ଭଲ କାମ କରନ୍ତି, ବଲିଉଡ ଏହାକୁ ତାକୁ ସମର୍ଥନ କରେ।  ଯେତେବେଳେ ବିପର୍ଯ୍ୟୟ ଆସେ,  ବଲିଉଡ ଷ୍ଟାରମାନେ ସାହାଯ୍ୟର ହାତ ବଢ଼ାନ୍ତି। ତେଣୁ ସରକାର ବି ଏବେ ବଲିଉଡକୁ ସମର୍ଥନ କରୁନ୍ତୁ’’।

ଇଣ୍ଡଷ୍ଟ୍ରିରେ ଥାଇ ବି କିଛି ଲୋକ ଏହାକୁ ବଦନାମ କରୁଛନ୍ତି। ଏହା ଲଜ୍ଜାଜନକ ବୋଲି କହିଛନ୍ତି ଜୟା।

ସଂସଦ ମୌସୁମୀ ଅଧିବେଶନର ଆଜି ଦ୍ୱିତୀୟ ଦିନ। ଆଜି ପ୍ରଥମେ ରାଜ୍ୟସଭା ଅଧିବେଶନ ଚାଲିଛି। ଅପରାହ୍‌ଣ ୩ଟାରୁ ଲୋକସଭା ଅଧିବେଶନ ଆରମ୍ଭ ହେବ।

Comment