ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଂସଦରେ ଖୁବ ବର୍ଷିବା ପରେ ଏବେ କଙ୍ଗନା ରଣାଓ୍ୱତଙ୍କ ଟାର୍ଗେଟକୁ ଆସିଛନ୍ତି ଜୟା ବଚ୍ଚନ। ପୁଅ ଅଭିଷକ ବଚ୍ଚନ ଓ ଝିଅ ଶ୍ୱେତାଙ୍କ ନାଁ ନେଇ ଜୟାଙ୍କୁ ଆଟାକ୍‌ କରିଛନ୍ତି କଙ୍ଗନା।

”ଯଦି ଅଭିଷେକ ନିର୍ଯାତନା ଅଭିଯୋଗ କରି ଗୋଟିଏ ଦିନ ଫାଶିରେ ଝୁଲି ଯାଇଥାଆନ୍ତେ, ଯଦି ଶ୍ୱେତାଙ୍କୁ ଡ୍ରଗ୍ସ ଦିଆଯାଇଥାଆନ୍ତା, ମାଡ଼ ମରାଯାଇଥାଆନ୍ତା, ଶୋଷଣ କରାଯାଇଥାଆନ୍ତା, ତେବେ ବି କ’ଣ ଆପଣ ଏଭଳି କହିଥାନ୍ତେ? ଆମମାନଙ୍କ ପ୍ରତି ବି ଟିକେ ଦୟାବାନ ହୁଅନ୍ତୁ’’, ଟୁଇଟ କରି ଜୟାଙ୍କୁ ଏଭଳି କହିଛନ୍ତି କଙ୍ଗନା।BGU

ବଲିଉଡ ଓ ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ରାଜ୍ୟସଭାରେ ବର୍ଷିଥିଲେ ଜୟା। କିଛି ଲୋକ ମିଶି ବଲିଉଡକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ଇଣ୍ଡଷ୍ଟ୍ରି କାମ କରି କିଛି ଲୋକ ଏହାକୁ ବଦନାମ କରିବା ଲଜ୍ଜାଜନକ କଥା ବୋଲି ଜୟା କହିଥିଲେ।

Comment