ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡ୍ରଗ୍ସ ଲିଙ୍କ ମାମଲାକୁ ନେଇ ଅଡ଼ୁଆରେ ପଡ଼ି ପାରନ୍ତି ବଲିଉଡ ଅଭିନେତ୍ରୀ ରାକୁଲ ପ୍ରୀତ ସିଂ, ସାରା ଅଲ୍ଲୀ ଖାନ ଓ ଫ୍ୟାସନ ଡିଜାଇନର ସିମୋନ ଖମ୍ବାଟା। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଖୁବଶୀଘ୍ର ପଚରାଉଚରା ପାଇଁ ଏମାନଙ୍କୁ ନୋଟିସ କରିପାରେ।

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତଦନ୍ତ କରୁଛି। ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି।BGU

ଏନସିବିର ପଚରାଉଚରା ବେଳେ ରିୟା ଡ୍ରଗ୍ସ ମାମଲାରେ ବଲିଉଡର ୨୫ ଜଣ ସେଲିବ୍ରିଟିଙ୍କ ନାଁ ନେଇଥିଲେ।ଏହି ୨୫ ଜଣଙ୍କ ଭିତରେ ସାରା ଅଲ୍ଲୀ ଖାନ ଓ ରାକୁଲ ପ୍ରୀତ ସିଂଙ୍କ ନାଁ ବି ସାମିଲ ଥିଲା।

Comment