ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ଵରେ କରୋନା ମହାମାରୀ କାୟା ବିସ୍ତାର କରିଥିବା ବେଳେ ଏଥିରୁ ମୁକୁଳି ପାରିନାହାନ୍ତି କଳାକାର। ବଲିଉଡ ପରି ଓଡ଼ିଆ ଫିଲ୍ମ ଓ ଟେଲି ଜଗତର ଅନେକ କଳାକାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆଉ କିଛି କଳାକାର ଏବେ ବି ଚିକିତ୍ସାଧୀନ ଅଛନ୍ତି। ତେବେ କେଉଁ ଓଡ଼ିଆ କଳାକାର କରୋନାରେ ଆକ୍ରାନ୍ତ ହୋଇଛନ୍ତି ଜାଣନ୍ତୁ।

ଅଜିତ ଦାସ

ଓଲିଉଡର ହାକିମ ବାବୁ ଭାବେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦିବଂଗତ ଅଭିନେତା ଅଜିତ ଦାସ ଓ ତାଙ୍କ ପତ୍ନୀ ଗତ ସେପ୍ଟେମ୍ବର ୨ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଉଭୟ ଦମ୍ପତି କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେପ୍ଟେମ୍ବର ୧୩ରେ ଅଜିତ ପ୍ରାଣ ହରାଇଥିଲେ।

ଶ୍ରୀତମ ଦାସ

ଅଭିନେତା ତଥା ନିର୍ଦ୍ଦେଶକ ଶ୍ରୀତମ ଦାସ ସୋମବାର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେ ବର୍ତ୍ତମାନ ହୋମ୍‌ ଆଇସୋଲେସନ୍‌ରେ ଅଛନ୍ତି। କରୋନା ଯୋଗୁଁ ସେ ତାଙ୍କର ସମସ୍ତ ସୁଟିଂ ଓ କାର୍ଯ୍ୟକ୍ରମକୁ ବାତିଲ କରିଦେଇଛନ୍ତି।

ରାନୁ ପାଢ଼ି

ଓଡ଼ିଆ ଅଭିନେତ୍ରୀ ରାନୁ ପାଢ଼ି ଗତ ସେପ୍ଟେମ୍ବର ୧୦ ତାରିଖରେ କୋଭିଡ୍ ପଜିଟିଭ୍ ହୋଇଥିବା ନେଇ ନିଜ ଫେସ୍‌ବୁକ୍ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ତାଙ୍କଠାରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲେ ମଧ୍ୟ ସେ ସୁସ୍ଥ ଥିବା କହିଥିଲେ।

ରୁଦ୍ର ପାଣିଗ୍ରାହୀ

ଅଭିନେତା ରୁଦ୍ର ପାଣିଗ୍ରାହୀ ଗତ ଅଗଷ୍ଟ ୨୯ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେବେ କିଛିଦିନ ତଳେ ସେ ସୁସ୍ଥ ହୋଇଛନ୍ତି।

ପ୍ରେମିକା, ଗଳ୍ପ ନୁହେଁ ଅଳ୍ପ ଦିନର, ଅପ୍‌ନା ହାଥ୍ ଜଗନ୍ନାଥ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି।

ସୁମନ ନାୟକ

ଓଡ଼ିଆ ହାସ୍ୟ ଅଭିନେତା ସୁମନ ନାୟକ(ଗୁଡୁ) ଗତ ଅଗଷ୍ଟ ୨୬ରେ କରୋନାରେ ଆକ୍ରାନ୍ତ ହୋଇଥିଲେ। କୋଭିଡ୍ ହସ୍ପିଟାଲରେ ରହି ଚିକିତ୍ସିତ ହେବା ପରେ ସୁସ୍ଥ ହୋଇଥିଲେ।

ଚିନ୍ମୟ ମିଶ୍ର

ଲୋକପ୍ରିୟ ଟେଲି ଅଭିନେତା ଚିନ୍ମୟ ମିଶ୍ର ଗତ ଅଗଷ୍ଟ ୨୩ରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେତେବେଳେ ସେ ହୋମ୍‌ ଆଇସୋଲେସନ୍‌ରେ ରହିଥିବା ନେଇ ଟୁଇଟ୍ କରିଥିଲେ।

ବର୍ତ୍ତମାନ ସେ ତୋ ପାଇଁ ମୁଁ ଧାରାବାହିକରେ ଅଭିନୟ କରୁଛନ୍ତି। ଏଥିସହ ଚିନ୍ମୟ ବହୁ ଫିଲ୍ମ, ସିରିୟଲ ଆଦିରେ କାମ କରିସାରିଛନ୍ତି।BGU

ମୁନ୍‌ମୁନ୍ ଖୁଣ୍ଟିଆ

ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀର ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀ ମୁନମୁନ ଖୁଣ୍ଟିଆ ମଧ୍ୟୟ କରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି। ଗତ ଅଗଷ୍ଟ ୨୨ ତାରିଖରେ ସେ ନିଜ ଫେସ୍‌ବୁକ୍ ପୋଷ୍ଟରେ ଏନେଇ ସୂଚନା ଦେଇଥିଲେ। କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ। ବର୍ତ୍ତମାନ ସେ ବୋହୁ ଆମର ଏନ୍‌ଆର୍‌ଆଇ ଟିଭି ଧାରାବାହିକରେ ଅଭିନୟ କରୁଛନ୍ତି।

Comment