ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଜିଲ୍ଲାର ସୁବର୍ଣ୍ଣରେଖା ନଦୀ ଉପରେ ନିର୍ମାଣ ହେବ ସୁଉଚ୍ଚ ବ୍ରିଜ୍। ଏହି ପ୍ରସ୍ତାବକୁ  ଆଜି ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ କରିଛି। ଏଥିସହିତ ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ଏବଂ ଓଡ଼ିଶା ଲୋକାଲ୍ ଫଣ୍ଡ୍ ଅଡିଟ୍ ସଂଶୋଧନ ପ୍ରସ୍ତାବକୁ ଆଜି କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏହି ବୈଠକରେ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।BGUକ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରେ ଉଚ୍ଚସ୍ତରୀୟ ସେତୁ ନିର୍ମାଣ ହେବ। ଏଥିପାଇଁ ମୋଟ ୧୩୮ କୋଟି ୭୪ ଲକ୍ଷ ୪୮ ହଜାର ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପକୁ ୩୦ ମାସ ଭିତରେ ଶେଷ କରିବାକୁ ଆଜି କ୍ୟାବିନେଟ୍ ମଞ୍ଜୁରୀ କରିଛି। ଏହି ବ୍ରିଜର ନିର୍ମାଣ ଫଳରେ ବାଲିଆପାଳ ଓ ଭୋଗରାଇ ମଧ୍ୟରେ ଯାତାୟାତ ସୁବିଧା ହେବ ବୋଲି କୁହାଯାଇଛି।

Comment