ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆ ସଂସଦ ଭବନ ନିର୍ମାଣ ପାଇଁ କଣ୍ଟ୍ରାକ୍ଟ ହାସଲ କରିଛି ଟାଟା ପ୍ରୋଜକ୍ଟସ ଲିମିଟେଡ। ୮୬୧ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ଏହି ନୂଆ ସଂସଦ ଭବନ ନିର୍ମାଣ ହେବ।

ବୁଧବାର କେନ୍ଦ୍ର ପୂର୍ତ୍ତ ବିଭାଗ ବିଡ୍ ଓପନ କରିବା ପରେ ଟାଟା ପ୍ରୋଜେକ୍ଟସ ଲିମିଟେଡ ୮୬୧ କୋଟି ୯୦ ଲକ୍ଷ ଟଙ୍କାରେ ଟେଣ୍ଡର ପକାଇଥିବା ବେଳେ, ଏଲ ଆଣ୍ଡ୍ ଟି ୮୬୫ କୋଟିର ଟେଣ୍ଡର ପକାଇଥିବା ସୂଚନା ମିଳିଛି।ନୂଆ ସଂସଦ ଭବନ ମୋଦୀ ସରକାରଙ୍କ ଯୋଜନାର ଅଂଶ ବିଶେଷ। ସଂସଦ ଭବନ ନିର୍ମାଣ କାମ ମୌସୁମୀ ଅଧିବେଶନ ପରେ ଆରମ୍ଭ ହେବ। ଏହି କାମ ହାତେଇବା ପାଇଁ ଟାଟା ପ୍ରୋଜେକ୍ଟ, ଏଲ ଆଣ୍ଡ ଟି ଓ ସପୁରଜୀ ପାଲୋନଜି ଆଣ୍ଡ କମ୍ପାନି ଚୂଡାନ୍ତ ବିଡ୍ ପାଇଁ ମନୋନୀତ ହୋଇଥିଲେ।ଏହି ସଂସଦ ଭବନର ପରିସର ରାଷ୍ଟ୍ରପତି ଭବନଠାରୁ ଆରମ୍ଭ କରି ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଲମ୍ବିବ। ଅଗଷ୍ଟ ୨୦୨୨ ସୁଦ୍ଧା ଏହି ନିର୍ମାଣ କାର୍ଯ୍ୟ ଶେଷ ହେବ। ଏହା ସହ କମନ ସେକ୍ରେଟାରିଏଟର ନିର୍ମାଣ ୨୦୨୪ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

Comment