ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ୭୦ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନ ଉପଲକ୍ଷେ ସୋସିଆଲ ମିଡିଆରେ ଦେଶର କୋଣ ଅନୁକୋଣରୁ ଦେଶବାସୀ ମୋଦୀଙ୍କୁ ଅଭିନନ୍ଦନ ଜଣାଉଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟକୁ ବିଦେଶରୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟୁଛି।

କେମିତି ଅଛନ୍ତି ଫିଟ୍‌?

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମୋଦୀ ତାଙ୍କ ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ଥରେ ହେଲେ ଅସୁସ୍ଥ ହୋଇନାହାନ୍ତି। ୭୦ ବର୍ଷ ବୟସରେ ବି ସମ୍ପୂର୍ଣ୍ଣ ଫିଟ ଏବଂ ଫାଇନ୍‌ ଅଛନ୍ତି ମୋଦୀ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଦିନକୁ ପ୍ରାୟ ୧୮ ଘଣ୍ଟା ମୋଦୀ କାମ କରନ୍ତି।

ତେବେ ଏହି ବୟସରେ ବି ଫିଟ୍‌ ରହିବା ରହସ୍ୟ ହେଉଛି ଯୋଗ ଓ ବ୍ୟାୟାମ। କାରଣ ମୋଦୀ ଯୋଗକୁ ବେଶ ଗୁରୁତ୍ୱ ଦିଅନ୍ତି। ଯୋଗରୁ ହିଁ ସେ ତାଙ୍କ ଦିନର ଆରମ୍ଭ କରନ୍ତି। ସକାଳ ପ୍ରାୟ ସାଢ଼େ ୪ଟାରୁ ଉଠି ଯେ ଯୋଗ ଓ ଧ୍ୟାନ କରନ୍ତି। ଯୋଗ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ପାଇଁ ଭଲ। ଏହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ।

ସେହିପରି ମୋଦୀ ବେଶୀ ଖାଇବାକୁ ପସନ୍ଦ କରନ୍ତ ନାହିଁ। ବରଂ ଦିନ ତମାମ କିଛି କିଛି ଫଳ ଆହର କରିଥାନ୍ତି।

ମୋଦୀ ସକାଳୁ ଖାଲି ପାଦରେ ବଗିଚାରେ ଚାଲନ୍ତି। ଖାଲି ପାଦରେ ଚାଲିବା ମଧ୍ୟ ଏକ ବ୍ୟାୟାମ। ଏହାଦ୍ୱାରା ପାଦର ଏକ ପ୍ରକାର ମସାଜ ହୋଇଥାଏ।

୧୭ ସେପ୍ଟେମ୍ବର ୧୯୫୦ରେ ଜନ୍ମ ହୋଇଥିଲେ ମୋଦୀ। ସେ ଭାରତର ୧୪ତମ ପ୍ରଧାନମନ୍ତ୍ରୀ। ମୋଦୀ।

Comment