ଓଡ଼ିଶାଲାଇଭ ବ୍ୟୁରୋ

ଆଜି ପବିତ୍ର ମହାଳୟା ଅମାବାସ୍ୟା। ଆଜି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ କରିବାର ପରମ୍ପରା ରହିଛି। ଏହି ଅବସରରେ ଶ୍ରୀକ୍ଷେତ୍ର ପୁରୀରେ ବିଭିନ୍ନ ପୁଷ୍କରିଣୀରେ ପିଣ୍ଡଦାନ କରିଛନ୍ତି ଲୋକେ। ଏଥିସହ ଭୁବନେଶ୍ଵର ବିନ୍ଦୁ ସାଗରରେ ମଧ୍ୟ ପିଣ୍ଡଦାନ ଚାଲିଛି।

ପରମ୍ପରା ଅନୁଯାୟୀ ଆଶ୍ୱିନ ମାସ କୃଷ୍ଣ ପକ୍ଷରେ ମହାଳୟା ଅମାବାସ୍ୟା ପଡ଼ିଥାଏ। ଏହି ଦିନ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ଆଶୀର୍ବାଦ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ଅନ୍ୟପଟେ ଦେବୀଙ୍କ ପୀଠରେ ମାଙ୍କ ଷୋଡ଼ଶ ପୂଜା ଚାଲିଛି। ମହାଳୟା ଅବସରରେ ସମ୍ବଲପୁର ସମଲେଶ୍ଵରୀ ମନ୍ଦିରରେ ମା’ଙ୍କ ଧବଳମୁଖୀ ବେଶ ହୋଇଛି। ବର୍ଷକରେ ମା’ ଥରେ ଏହି ବେଶରେ ଦର୍ଶନ ଦେଇଥାନ୍ତି। ଏହି ବେଶ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ। ଏ ବର୍ଷ କରୋନା ମହାମାରୀ ପାଇଁ ବିନା ଭକ୍ତରେ ଏହି କାର୍ଯ୍ୟକ୍ରମଳ ହେଉଛି।

Comment