ଓଡ଼ିଶାଲାଇଭ୍ ବ୍ୟୁରୋ

ଟୁଇନସିଟିରେ ଅଧିକାଂଶ ଲୋକ କୋଭିଡ୍ ନିୟମ ପାଳନ କରୁନଥିବା ହେତୁ ମୁଖ୍ୟମନ୍ତ୍ରୀ ଗତକାଲି ଅସନ୍ତୋଷ ପ୍ରକାଶ କରିବା ପରେ ପୁଣି ଆକ୍ସନ୍ ମୋଡକୁ ଫେରିଛି ପୋଲିସ ପ୍ରଶାସନ। ଅମାନିଆମାନଙ୍କଠାରୁ ଫାଇନ୍ ଆଦାୟ କରିବା ସହ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ପୋଲିସ୍ ଡିଜି ଅଭୟ ନିର୍ଦ୍ଦେଶ ଦେଇଛନ୍ତି।ଏଥିପାଇଁ ଦ୍ୱୈତନଗରୀରେ ଆହୁରି ୫୦ ଅଫିସରଙ୍କ ସହ ୫ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ ବୋଲି ସୂଚନା ମିଳିଛି। ଏହି ଟିମ୍ ସହରରେ କୋଭିଡ୍ ନିୟମର ପରିଚାଳନା ନେଇ କାମ କରିବେ। ଯେଉଁମାନେ କୋଭିଡ୍ ନିୟମ ପାଳନ କରୁନାହାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଏଥିସହ କୋଭିଡ୍ ନିୟମ ଭାଙ୍ଗୁଥିବା ଦୋକାନୀଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। 

ଅନ୍ୟପଟେ ଭୁବନେଶ୍ୱରକୁ ୩ଟି ଜୋନରେ ବିଭକ୍ତ କରାଯାଇଛି। ଏହି ତିନୋଟି ଜୋନରେ ସ୍ପେଶାଲ୍ ଟିମ୍ ଗଠନ କରାଯାଇ କୋଭିଡ୍ ନିୟମ ପରିଚାଳନା ନେଇ କାମ ହେବ। ବିଶେଷକରି ଫାଷ୍ଟଫୁଡ୍, ମାର୍କେଟ ଅଞ୍ଚଳ ଓ ହଟସ୍ପଟ୍ ଅଞ୍ଚଳରେ ଲୋକମାନେ ଯେପରି କୋଭିଡ୍ ନିୟମ ପାଳନ କରିବେ ସେଥିପ୍ରତି ଦୃଷ୍ଟି ରଖାଯିବ ବୋଲି କୁହାଯାଇଛି।

Comment