ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆରେ ଅନେକ ଅଦ୍ଭୁତ ରେସ୍ତୋରାଁ ରହିଛି। କେଉଁଠି ଲୋକମାନଙ୍କ ପାଇଁ ଗଛରେ ଉପରେ ବସି ଖାଇବାର ବ୍ୟବସ୍ଥା ଅଛି ତ ଆଉ କେଉଁଠି ପାଣି ଭିତରେ ଏହି ବ୍ୟବସ୍ଥା ହୋଇଛି। କିନ୍ତୁ ଏମିତି ଏକ ରେସ୍ତୋରାଁ ବିଷୟରେ ଆପଣ ଶୁଣିଛନ୍ତି କି ଯେଉଁଠି ଲୋକେ କେବଳ ଠାରରେ କଥା ହୁଅନ୍ତି। ଏମିତିକି ଖାଇବା ମଧ୍ୟ ଠାରରେ ଅର୍ଡର କରନ୍ତି।

ଏହି ନିଆରା ରେସ୍ତୋରାଁ ଚୀନ ଗୁଆଙ୍ଗଜୋରେ ରହିଛି। ଏହାର ନାମ ‘ସାଇଲେଣ୍ଟ୍ କାଫେ’। ବିଶ୍ୱର ପ୍ରସିଦ୍ଧ ଫୁଡ୍‌ ଚେନ୍‌ କମ୍ପାନି ଷ୍ଟାରବକ୍ସ ଏହି ରେସ୍ତୋରାଁ ପରିଚାଳନା କରେ। ଏହାର ବିଶେଷ କଥା ହେଉଛି ଏଠାକୁ ଆସୁଥିବା ଗ୍ରାହକମାନଙ୍କୁ କଥାବାର୍ତ୍ତା ନକରି ସେମାନଙ୍କ ଅର୍ଡର ଦେବାକୁ ପଡ଼ିଥାଏ। ଅଙ୍ଗଭଙ୍ଗୀ ବା ଠାରରେ ରେସ୍ତୋରାଁ କର୍ମଚାରୀଙ୍କୁ ଅର୍ଡର କହିବାକୁ ପଡ଼େ।

ଏପରିକି ଯଦି ଗ୍ରାହକ କର୍ମଚାରୀମାନଙ୍କୁ ଠାରରେ କଥା ବୁଝାଇବାକୁ ଅସମର୍ଥ, ତେବେ ସେମାନେ ଏହାକୁ ଏକ କାଗଜରେ ଲେଖିପାରିବେ।

ଏହାଛଡ଼ା ଏଠାରେ ଗ୍ରାହକ ଏବଂ କର୍ମଚାରୀଙ୍କ ମଧ୍ୟରେ ଡିଜିଟାଲ୍ ଯୋଗାଯୋଗ ମଧ୍ୟ ବ୍ୟବସ୍ଥା କରାଯାଇଛି। ତେବେ ଯେଉଁମାନେ ଶୁଣିପାରନ୍ତି ନାହିଁ କିମ୍ବା କଥା କହିପାରନ୍ତି ସେଭଳି ଲୋକଙ୍କ ପାଇଁ ରେସ୍ତୋରାଁରେ ଏଭଳି ବ୍ୟବସ୍ଥା ହୋଇଛି।

ଏଠାରେ କାମ କରୁଥିବା ଅନେକ କର୍ମଚାରୀ ମଧ୍ୟ ଶୁଣିପାରନ୍ତି ନାହିଁ କି କଥା କହିପାରନ୍ତି ନାହିଁ।

Comment