ଓଡ଼ିଶାଲାଇଭ ବ୍ୟୁରୋ

୭୦ ବର୍ଷ ବୟସରେ ଆଜି ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜନ୍ମଦିନରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମା’ଙ୍କ ପାଖରେ ରହନ୍ତି ନାହିଁ କି ତାଙ୍କ ମା’ଙ୍କୁ ନିଜ ପାଖରେ ରଖନ୍ତି ନାହିଁ। କିନ୍ତୁ କାହିଁକି? ଏମିତି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଆସିଥିବ। ତେବେ ଆସନ୍ତୁ ଜାଣିବା ଏହା ପଛରେ କ’ଣ ରହିଛି କାରଣ।

 

ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କ ମା’ ଥରେ ତାଙ୍କ ପାଖକୁ ଆସିଥିଲେ। ସେ ସମୟରେ ମୋଦୀ ତାଙ୍କୁ ଆଦୌ ସମୟ ଦେଇପାରିନଥିଲେ। ବାସ ଥରେ କି ଦୁଇ ଥର ମା’ଙ୍କ ସହ ଭୋଜନ କରିଥିଲେ।

ମୋଦୀଙ୍କ କର୍ମ ବ୍ୟସ୍ତତା ଯୋଗୁଁ ଦିନ ସାରା ତାଙ୍କ ମା’ ଏକା ହୋଇଯାଆନ୍ତି। ଯାହା ତାଙ୍କୁ ଆଦୌ ଭଲ ଲାଗେ ନାହିଁ। ତାଙ୍କର ମନ ଏଠି ଲାଗେନି। ସେ ପୁଣି ଗାଁକୁ ଫେରିଯାଆନ୍ତିା। ମୋଦୀ ନିଜ କାମ ସାରି ରାତି ୧୨ଟାକୁ ଘରକୁ ଫେରୁଥିବା ଦେଖି ମା’ଙ୍କୁ ବି ଦୁଃଖ ହୁଏ। ଏହି କାରଣରୁ ସେ ମା’ଙ୍କୁ ପାଖକୁ ଆଣନ୍ତି ନାହିଁ। ଏକଥା ମୋଦୀ ନିଜେ ଏକ ସାକ୍ଷାତକାରରେ କହିଥିଲେ।BGU

କେବଳ ଏତିକି ନୁହେଁ ଦେଶର ପ୍ରଧାନମନ୍ତ୍ରୀ ହୋଇ ବି ଆଜି ମୋଦୀ ତାଙ୍କ ମା’ଙ୍କଠୁ ପଇସା ନିଅନ୍ତି। ତାଙ୍କ ମା’ ତାଙ୍କୁ ପଇସା ପଠାଇ ଥା’ନ୍ତି ବୋଲି ସେ କହିଥିଲେ।

Comment