ଓଡ଼ିଶାଲାଇଭ୍‌ ବ୍ୟୁରୋins virat 2

ଲୁହା ଖଣ୍ଡରେ ପରିଣତ ହେବ ୩୦ବର୍ଷ ଧରି ଭାରତୀୟ ନୌସେନାରେ କାମ କରିଥିବା ଯୁଦ୍ଧ ଜାହାଜ ଆଇଏନଏସ୍‌ ବିରାଟ।

ସେବା ନିବୃତ୍ତ ହେବା ପରେ ଶେଷଯାତ୍ରା କରିଛି ଆଇଏନଏସ୍ ବିରାଟ। ମୁମ୍ବାଇ ଉପକୂଳରୁ ଗୁଜରାଟ ଉପକୂଳର ଆଲଙ୍ଗ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ୩୦ବର୍ଷ ଧରି ଭାରତୀୟ ନୌସେନାରେ କାମ କରିଥିବା ଏହି ଯୁଦ୍ଧ ଜାହାଜକୁ ସେଠାରେ ଭାଙ୍ଗିଦିଆଯିବ।

ଲୌହଖଣ୍ଡରେ ପରିଣତ ହୋଇଯିବ  ଦୀର୍ଘ ବର୍ଷ ଧରି ଭାରତୀୟ ଜଳସୀମା, ଭାରତର ସାର୍ଭଭୌମତ୍ୱକୁ ସୁରକ୍ଷିତ ରଖିଥିବା ଏହି ଯୁଦ୍ଧ ଯାହାଜ। ବରିଷ୍ଠ ଅଧିକାରୀମାନେ ଏହି ଯୁଦ୍ଧଯାହାଜକୁ ବିଦାୟ ଦେଉଥିବା ବେଳେ କୋହ ସମ୍ବରଣ କରିପାରି ନଥିଲେ। ଗେଟ ୱେ ଇଣ୍ଡିଆ ପାଖରୁ ଆଇଏନଏସ ବିରାଟକୁ ଭାବପୂର୍ଣ୍ଣ ବିଦାୟ ଦେଇଥିଲେ। ଶୁକ୍ରବାର ଦିନ ଏହି ଯୁଦ୍ଧ ଜାହାଜ ଯାତ୍ରା ଆରମ୍ଭ କରିଥିବାର ଥିଲା, କିନ୍ତୁ କୌଣସି କାରଣରୁ ଗୋଟିଏ ଦିନ ଅର୍ଥାତ ଆଜିକୁ ବିଳମ୍ବିତ ହୋଇଥିଲା।

ins virat

୨୦୧୭ରେ ଏହା ସେବା ନିବୃତ୍ତ ହେବା ପରେ ମୁମ୍ବାଇ ନାଭାଲ ଡକୟାର୍ଡରେ ଥିଲା। ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରପାତି ସବୁ ଅଲଗା କରିସାରିବା ପରେ ଏହାକୁ ଭାଙ୍ଗିବା ପାଇଁ ନିଲାମ କରାଯାଇଥିଲା। ଶ୍ରୀରାମ ଗ୍ରୁପ୍ ଏହି ନିଲାମ ୩୮କୋଟି ଟଙ୍କାରେ ନେଇଛି। ଅଲାଙ୍ଗରେ ଥିବା ଜାହାଜ ଭଙ୍ଗା କେନ୍ଦ୍ରରେ ଏହାକୁ ଖଣ୍ଡଖଣ୍ଡ କରିଦିଆଯିବ। ସେହି ଖଣ୍ଡ ଲୁହାକୁ ବିକ୍ରି କରାଯିବ। ଏହି ଲୁହା କିଣିବା ପାଇଁ ବିଭିନ୍ନ ମୋଟର ସାଇକେଲ କମ୍ପାନି କଥାବାର୍ତ୍ତା କରିବା ଆରମ୍ଭ କରିଥିବା ସୂଚନା ମିଳିଛି।

ଆଇଏନଏସ ବିରାଟର ଇତିହାସ

ଆଇଏନସ ବିରାଟ ପ୍ରଥମେ ଇଂଲଣ୍ଡ ରୟାଲ ନ୍ୟାଭିର ଅଂଶ ଥିଲା। ୧୯୪୩ରେ ଏହି ଯାହାଜ ନିର୍ମାଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଭାଇକର୍ସ-ଆର୍ମଷ୍ଟ୍ରଙ୍ଗ ଏହାର ନିର୍ମାଣ କରିଥିଲେ।୨୧ ଜୁନ୍ ୧୯୪୪ରେ କାମ ଆରମ୍ଭ ହୋଇଥିଲା। କାମ ଶେଷ କରାଯାଇ ୧୯୫୩ରେ ଏହାକୁ ହସ୍ତାନ୍ତର କରାଯାଇଥିଲା।  ୧୯୫୯ରେ ଏହାକୁ ବ୍ରିଟେନର ନୌସେନା ରୟାଲ ନ୍ୟାଭିରେ ସାମିଲ କରାଯାଇଥିଲା।

୧୯୮୪ରେ ଏହାକୁ ସେବାନିବୃତ୍ତ ହୋଇଥିଲା। ୧୯୮୬ରେ ଏହାକୁ ଭାରତ କିଣିଥିଲା। ଏହାକୁ ଭାରତ କିଣିବା ପରେ ଆବଶ୍ୟକ ପରିବର୍ତ୍ତନ ପରେ ୧୯୮୭ରେ ଭାରତୀୟ ନୌସେନାରେ ଆଇଏନଏସ୍ ବିରାଟ ନାମରେ ସାମିଲ କରାଯାଇଥିଲା। ତେବେ ଆଇଏନସ ବିକ୍ରମାଦିତ୍ୟ ନୌସେନାରେ ସାମିଲ ହେବା ପୂର୍ବରୁ ଏହା ଦେଶର ଏକମାତ୍ର ଏୟାରକ୍ରାଫ୍ଟ କ୍ୟାରିଅର ଥିଲା। ୨୦୧୫ରେ ଭାରତୀୟ ନୌସେନା ଏହାକୁ ସେବାନିବୃତ୍ତ କରିବା ସମ୍ପର୍କରେ ସୂଚନା ଦେଇଥିଲା। ଶେଷରେ ବିଶ୍ୱର ସର୍ବପୂରାତନ ଯୁଦ୍ଧ ଯାହାଜର ସେବାନିବୃତ୍ତ ପ୍ରକ୍ରିୟା ୨୦୧୬ରେ ଆରମ୍ଭ ହୋଇଥିଲା।

ଶେଷଥର ପାଇଁ ନିଜସ୍ୱ କ୍ଷମତାରେ ଏହା ମୁମ୍ବାଇରୁ କୋଚିକୁ ଯାତ୍ରା କରିଥିଲା। ସେଠାରେ ଆବଶ୍ୟକ ପ୍ରକ୍ରିୟା ଶେଷ ପରେ ଏହାକୁ ଅନ୍ୟ ଯାହାଜ ସହାୟତାରେ ମୁମ୍ବାଇସ୍ଥିତ ନ୍ୟାଭି ଡକୟାର୍ଡକୁ ଟାଣିଟାଣି ଅଣାଯାଇଥିଲା। ଶେଷରେ ବିଧିବଦ୍ଧ ଭାବେ ୨୦୧୭  ମସିହା ମାର୍ଚ୍ଚ ୬  ତାରିଖରେ ଏହାକୁ ସେବାନିବୃତ୍ତ କରାଯାଇଥିଲା। ପ୍ରଥମେ ଏହାକୁ ମ୍ୟୁଜିୟମର ରୂପ ଦିଆଯିବାକୁ ଚେଷ୍ଟା କରାଯାଇଥିଲା। ତେବେ ଏହି ଯୋଜନା ଫଳପ୍ରଦ ନ ହେବାରୁ ଏହାକୁ ଭାଙ୍ଗିଦିଆଯିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରଥମେ ଆନ୍ଧ୍ର ସରକାର ଓ ପରେ ମହାରାଷ୍ଟ୍ର ସରକାର ଏଥିପାଇଁ ଯୋଜନା କରିଥିଲେ। କିନ୍ତୁ ଅଧିକ ଖର୍ଚ୍ଚ ଯୋଗୁ ଏହି ଯୋଜନାକୁ ବନ୍ଦ କରିଦେଇଥିଲେ।

ଶେଷରେ କେନ୍ଦ୍ରସରକାର ଏହାକୁ ଭାଙ୍ଗିବା ପାଇଁ ନିଲାମ ଡାକିଥିଲେ। ତେବେ ଆଜି ଭଙ୍ଗାହେବାକୁ ଡକୟାର୍ଡକୁ ଯାଉଥିବା ବିଶ୍ୱର ସର୍ବପୂରାତନ ଓ ଭାରତର ଅତି ପ୍ରିୟ ଯୁଦ୍ଧ ଯାହାଜକୁ ନେଇ ଅନେକ ଲୋକ ଦୁଃଖ ପ୍ରକାଶ କରିଛନ୍ତି। ଅନେକ ଲୋକ ସୋସିଆଲ ମିଡିଆରେ ମତ ରଖିଛନ୍ତି ଯେ, ଏହାକୁ ମ୍ୟୁଜିୟମ କରାଯାଇଥିଲେ, ଦେଶବାସୀ ଏହାକୁ ଦେଖିବାର ଓ ଜାଣିବାର ସୁଯୋଗ ପାଇଥାନ୍ତି। କାଳକାଳ ପାଇଁ ଭାରତୀୟ ନୌସେନାର ଏ ଇତିହାସ ଜୀବନ୍ତ ହୋଇରହିଥାନ୍ତା ବୋଲି ଲୋକ ମତ ପ୍ରକାଶ କରିଛନ୍ତି।

Comment