ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଗୀତିକାର, ପ୍ରଯୋଜକ ତଥା ସଂଗୀତ ନିର୍ଦ୍ଦେଶକ ଶାରଦା ପ୍ରସନ୍ନ ନାୟକଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ‘ଶାରଦା ପ୍ରସନ୍ନ ନାୟକ ଗୀତି କବିତା ପୁରସ୍କାର’ ପ୍ରଦାନ କରାଯିବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ ଗୀତି କବିତା ପାଇଁ ପ୍ରଦାନ କରାଯାଉଥିବା ପୁରସ୍କାରକୁ ଶାରଦା ପ୍ରସନ୍ନ ନାୟକଙ୍କ ନାମରେ ନାମିତ କରାଯାଇଛି। ଏଥିସହ ପୁରସ୍କାର ରାଶିକୁ ୨ ଲକ୍ଷ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।ଶାରଦା ପ୍ରସନ୍ନ ନାୟକ ଓଡ଼ିଆ ସାରସ୍ଵତ ଜଗତର ଅମଳିନ ପ୍ରତିଭା। ଜଣେ ଗୀତିକାର, ପ୍ରଯୋଜକ ଓ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ସେ ଓଡ଼ିଆ ସାଂସ୍କୃତିକ ଜଗତରେ ଅଲିଭା ସ୍ମୃତି ଛାଡ଼ିଯାଇଛନ୍ତି। ଏହି ମହାନ ସ୍ରଷ୍ଟାଙ୍କ ଅନବଦ୍ୟ ଅବଦାନକୁ ସମ୍ମାନ ଜଣାଇ ଆଜି ସନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ଓ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଶାରଦା ପ୍ରସନ୍ନ ନାୟକଙ୍କ ଏକାଦଶାହ ସଭା ଅନୁଷ୍ଠିତ ହେବ।

Comment