ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାମନ୍ୟ ଲକ୍ଷଣ ଥିବା କୋଭିଡ ରୋଗୀ ଘରେ କିଭଳି କରିବେ ନିଜର ଚିକିତ୍ସା? ଜାଣନ୍ତୁ

ଏବେ କୋଭିଡ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶଙ୍କ ପାଖରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି। ଏଭଳି କୋଭିଡ ରୋଗୀ ଘରେ ସଙ୍ଗରୋଧରେ ରହି ନିଜର ଚିକିତ୍ସା କରିପାରିବେ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏକଥା କୁହାଯାଇଛି। ତେବେ ଘରେ ରହି କିଭଳି ନିଜ ଚିକିତ୍ସା କରିବେ ସେ ସମ୍ପର୍କରେ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା।

– ହୋମ ଆଇସୋଲେସନରେ ଅଲଗା୍‌ ରୁମ୍‌ ଓ ଅଲଗା ଓ୍ୱାଶରୁମ୍‌ ଦରକାର।

– ଉଭୟ ଆକ୍ରାନ୍ତ ଓ ତାଙ୍କ ଦେଖାଶୁଣା କରୁଥିବା ବ୍ୟକ୍ତି ସତର୍କ ରହିବା ଜରୁରୀ

– ହୋମ୍‌ ଆଇସୋଲେସନରେ ଥିବା ବ୍ୟକ୍ତି ଘରୁ ବାହାରକୁ ବାହାରିବେ ନାହିଁ।

– ଆକ୍ରାନ୍ତଙ୍କ ଦେଖାଶୁଣା କରୁଥିବା ବ୍ୟକ୍ତି ମାସ୍କ ଓ ଗ୍ଲୋଭସ ବ୍ୟବ୍ୟହାର କରିବା ନିହାତି ଆବଶ୍ୟକ।home quarantine

– ଆକ୍ରାନ୍ତଙ୍କ ନିକଟରୁ ଛୋଟ ପିଲା ଓ ବୟସ୍କଙ୍କୁ ଦୂରେଇ ରଖିବା ଜରୁରୀ।

– ଆକ୍ରାନ୍ତଙ୍କ ଲୁଗାପଟା ବି ଅଲଗା ରଖିବା ଆବଶ୍ୟକ। ନିଜେ ଆକ୍ରାନ୍ତ ନିଜ ଲୁଗା ପଟାକୁ ସାବୁନ ପାଣିରେ ଧୋଇବା ଆବଶ୍ୟକ। ଆପଣଙ୍କ କପଡା ଯେଭଳି ଅନ୍ୟକେହି ବ୍ୟବହାର ନକରନ୍ତି ତା ଉପରେ ନଜର ରଖିବାକୁ ହେବ।

– କ୍ୟାନ୍ସର ପରି ଅନ୍ୟ ଦୂରାରୋଗ୍ୟରେ ଆକ୍ରାନ୍ତ ଥିବା ବ୍ୟକ୍ତି ଘରେ ରହିପାରିବେ ନାହିଁ।

– ଆକ୍ରାନ୍ତ ନିଜ ବାସନକୁସନ ବି ଅଲଗା ରଖିବେ। ସାବୁନ ପାଣିର ନିୟମିତ ନିଜେ ଧୋଇବେ। ନହେଲେ ପରିବାର ଲୋକଙ୍କୁ ସଂକ୍ରମଣ ହେବାର ଆଶଙ୍କା ରହିଛି।

– ସେହିପରି ଗର୍ଭବତୀ ବି ଘରେ ରହିବେ ନାହିଁ। ସେମାନେ କୋଭିଡ ହସ୍ପିଟାଲରେ ନିଜର ଚିକିତ୍ସା କରାଇବେ।home isolation-2

ଲକ୍ଷଣ ଦେଖାଗଲେ କ’ଣ କରିବେ?

ଯଦି ଆପଣଙ୍କଠାରେ ଲକ୍ଷଣ ଦେଖାଦେଉଛି ଯେମିତି କି କାଶ ହେବା ଜ୍ୱର ହେବା, ଛାତିରେ ଯନ୍ତ୍ରଣା ଦେଖାଦେବା , ଦେହରୁ ଅତ୍ୟାଧିକ ଝାଳ ବାହାରିବା। ଏସବୁ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟିଂ ସେଣ୍ଟରକୁ ଯାଇ ନିଜର କୋଭିଡ୍ ଟେଷ୍ଟ କରାଇନେବା ଜରୁରୀ। ଯଦି ପଜିଟିଭ୍ ଆସୁଛି ତାହେଲେ ତୁରନ୍ତ ଚିକିତ୍ସା କରାନ୍ତୁ।

Comment