ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭଉଣୀ ମିତୁ ସିଂହ ନିଜ ଟୁଇଟର ଆକାଉଣ୍ଟରେ ଏକ ଫଟୋ ସେଆର୍ କରିଛନ୍ତି। ଏହି ଫଟୋ ଚିତ୍ରରେ ତାଙ୍କ ମା ଓ ଭାଇ ସୁଶାନ୍ତ ସିଂହ ରାଜପୁତ ଥିବା ଦେଖିବାକୁ ମିଳିଛି।

ଏହି ଚିତ୍ରକୁ ପୋଷ୍ଟ କରି ସେ ଲେଖିଛନ୍ତି, “ମୋ ମା’ ମୋର ଶକ୍ତି ଥିଲେ ଆଉ ମୋ ଭାଇ ମୋର ଗର୍ବ। ଦୁଇଜଣଙ୍କୁ ଖୁବଶୀଘ୍ର ହରାଇଦେଲୁ। ଏହି ହୃଦୟ ବିଦାରକ କ୍ଷତିର ମୁକାବିଲା କରିବାକୁ ଅସମର୍ଥ।”

ସୁଶାନ୍ତଙ୍କ ଭଉଣୀ ମିତୁ ସିଂହ ସୋସିଆଲ୍ ମିଡିଆରେ ସେତେଟା ସକ୍ରିୟ ରୁହନ୍ତି ନାହିଁ। ହେଲେ ତାଙ୍କ ଅନ୍ୟ ଜଣେ ଭଉଣୀ ଶ୍ୱେତା ସିଂହ ସୋସିଆଲ୍ ମିଡିଆରେ ବେଶ୍ ସକ୍ରିୟ ରହିଥାନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ସେ ଲଗାତାର ଭାବେ ସୋସିଆଲ୍ ମିଡିଆରେ ନିଜର ମତ ରଖି ଆସୁଛନ୍ତି।

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ବହୁଦିନ ବିତିଯାଇଥିଲେ ମଧ୍ୟ ତାଙ୍କର ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ସେନେଇ ନିର୍ଦ୍ଧିଷ୍ଟ କିଛି ସୂଚନା ମିଳିପାରିନାହିଁ। କେତେକ ଏହାକୁ ଆତ୍ମହତ୍ୟା ବୋଲି କହୁଥୁବାବେଳେ ଅନ୍ୟ କେତେକ ଏହାକୁ ସୁଚିନ୍ତିତ ହତ୍ୟା ବୋଲି କହିଆସୁଛନ୍ତି।

Comment