ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡକୁ ପୁଣି ଫେରିଲା ‘ମିଠୁ’ ଅଭିଯୋଗ। ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ ଅଭିନେତ୍ରୀ ପାୟଲ ଘୋଷ। ସେ ଟୁଇଟ ଜରିଆରେ ଅନୁରାଗଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି।

‘‘ଅନୁରାଗ କଶ୍ୟପଙ୍କୁ ଭେଟିବାକୁ ଯାଇ ମୁଁ ଅସହଜ ଅନୁଭବ କରିଥିଲି। ସେ ଦିନ ସେ ମତେ ଖରାପ ବ୍ୟବହାର କରିଥିଲେ। ଯାହା ଘଟିଲା ତାହା ଘଟିବାର ନଥିଲା। କେହି କାମ ପାଇଁ ଯଦି ଅନୁରୋଧ କରେ ତାହାର ମାନେ ନୁହେଁ ନିଜକୁ ଜଳଞ୍ଜଳି ଦେବା’’, ନିଜ ଟୁଇଟର ପୋଷ୍ଟରେ ଏଭଳି କହିଛନ୍ତି ପାୟଲ ଘୋଷ।

ପାୟଲଙ୍କ ଏଭଳି ଅଭିଯାଗ ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଜାତୀୟ ମହିଳା କମିସନ ଅଧ୍ୟକ୍ଷା ରେଖା ଶର୍ମା। ପାୟଲଙ୍କୁ ଏନେଇ ଅଭିଯୋଗ ନେଇ ଆସିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏଥିସହିତ ତାଙ୍କୁ ପୋଲିସରେ ମଧ୍ୟ ଅଭିଯୋଗ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ପାୟଲଙ୍କ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ଅନୁରାଗ କଶ୍ୟପ। ମୋ ପାଟି ବନ୍ଦ କରିବା ପାଇଁ ଏଭଳି ଅଭିଯୋଗ ଅଣାଯାଉଛି ବୋଲି ସେ କହିଛନ୍ତି।

Comment