ଓଡ଼ିଶାଲାଇଭ୍ ବ୍ୟୁରୋ

ଗତ କିଛି ବର୍ଷ ଧରି ଭାରତୀୟ ସେନାରେ ମହିଳାମାନେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛନ୍ତି। ଏହି କ୍ରମରେ ଆଜି ପ୍ରଥମ ଥର ପାଇଁ ଦୁଇ ମହିଳା ଅଧିକାରୀ ଭାରତୀୟ ନୌସେନାର ହେଲିକପ୍ଟର ବିଭାଗରେ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି।

ଏହି ଦୁଇ ଅଫିସରଙ୍କ ନାଁ ହେଉଛି ଲେଫ୍ଟନାଣ୍ଟ କୁମୁଦିନି ତ୍ୟାଗୀ ଓ ସବ-ଲେଫ୍ଟନାଣ୍ଟ ରିତି ସିଂହ। ଏହି ଦୁଇ ଅଫିସର ଭାରତୀୟ ନୌସେନାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇବେ। ଯାହାକି ଭାରତୀୟ ନୌସେନା ଇତିହାସରେ ପ୍ରଥମ।

କୁମୁଦିନି ଓ ରିତି ସିଂହଙ୍କ ସହିତ ଆଉ ୧୭ ଜଣ ଅଫିସର ମଧ୍ୟ ଏଥିପାଇଁ ନିଯୁକ୍ତ ହୋଇଛନ୍ତି। ଏହି ୧୭ ଜଣ ଅଫିସରଙ୍କୁ ଆଇଏନଏସ ଗୁରଡରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଦାୟିତ୍ୱ ପ୍ରଦାନ କରାଯାଇଛି।

ଏହି ଅବସରରେ ଆଡମିରାଲ୍ ଆଣ୍ଟୋନୀ ଜଜ୍ କହିଛନ୍ତି ଯେ, ଆଜି ହେଉଛି ଏକ ଗୌରବର ଦିନ। ମହିଳା ଅଫିସରମାନେ ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀର ପାଟ୍ରୋଲିଂରେ ନିଯୁକ୍ତ ହେବେ। ଏହାପୂର୍ବରୁ ଆଇଟିବିପି ମଧ୍ୟ ନିଜର ମହିଳା ଡାକ୍ତରମାନଙ୍କୁ ଲଦାଖର ଫରୱାର୍ଡ ଅଞ୍ଚଳରେ ନିଯୁକ୍ତ କରିଥିଲା। ସେଠାରେ ମହିଳା ଡାକ୍ତରମାନେ ଯବାନମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝୁଥିଲେ।

Comment