ଓଡ଼ିଶାଲାଇଭ୍ ବ୍ୟୁରୋ

ରାଫେଲ୍ ଉଡ଼ାଇବେ ମହିଳା ପାଇଲଟ୍। ଭାରତୀୟ ବାୟୁସେନାରେ ନୂଆକରି ସାମିଲ ହୋଇଥିବା ଏହି ଯୁଦ୍ଧ ବିମାନକୁ ଜଣେ ମହିଳା ପାଇଲଟ ଉଡ଼ାଇବେ ବୋଲି ଜଣାପଡ଼ିଛି।

ଏହି ମହିଳା ପାଇଲଟ ଜଣକ ଖୁବଶୀଘ୍ର ଗୋଲଡେନ୍ ଏରୋ ସ୍କ୍ୱାର୍ଡନରେ ସାମିଲ ହେବେ। ଏଥିରେ ସାମିଲ ହେବା ପରେ ସେ ରାଫେଲ୍ ଯୁଦ୍ଧବିମାନ ଉଡ଼ାଇବାର କଳା ଶିଖିବେ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ମିଳିଛି। ତେବେ ସେହି ମହିଳା ପାଇଲଟ ଜଣକ କିଏ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।Rafale Fighter-1ଏହି ମହିଳା ପାଇଲଟ ଜଣକ ପୂର୍ବରୁ ମିଗ୍ ୨୧ ଯୁଦ୍ଧ ବିମାନ ମଧ୍ୟ ଉଡ଼ାଇସାରିଛନ୍ତି। ଆଉ କିଛି ଦିନ ପରେ ସେ ରାଫେଲ୍ ଯୁଦ୍ଧ ବିମାନ ଉଡ଼ାଇବା ସହିତ ଭାରତୀୟ ବାୟୁସେନାରେ ନୂଆ ଅଧ୍ୟାୟ ଯୋଡ଼ିବେ।

କିଛି ଦିନ ତଳେ ଫ୍ରାନ୍ସରୁ ଆସିଥିବା ୫ଟି ରାଫେଲ୍ ଯୁଦ୍ଧ ବିମାନ ଭାରତୀୟ ବାୟୁସେନାରେ ସାମିଲ ହୋଇଛି। ଏହା ବର୍ତ୍ତମାନ ଅମ୍ବାଲା ଏୟାରବେସରେ ରହିଛି। ଏହି ଯୁଦ୍ଧ ବିମାନ ଦ୍ୱାରା ଭାରତୀୟ ବାୟୁସେନାର ଶକ୍ତି ଦୁଇଗୁଣା ହୋଇଛି। ବିଶେଷକରି ଚୀନ୍ ଓ ପାକିସ୍ତାନକୁ ଟକ୍କର ଦେବାକୁ ଏହା ବେଶ୍ ସକ୍ଷମ।

Comment