ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁମ୍ବାଇର ବଲାର୍ଡ ପିଆରସ୍ଥିତ ଏକ୍ସଚେଞ୍ଜ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ବିଲ୍ଡିଂରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର କାର୍ଯ୍ୟାଳୟ ମଧ୍ୟ ରହିଛି। ଏଠାକୁ ମଧ୍ୟ ନିଆଁ ବ୍ୟାପିଥିବା ସୂଚନା ମିଳିଛି। ଘଟଣାର ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି।

ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ମୁମ୍ବାଇ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି।

ଏହି କାର୍ଯ୍ୟାଳୟରୁ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ସ ଲିଙ୍କର ତଦନ୍ତ ଚାଲିଛି। ଏଠାରେ ରିୟା ଚକ୍ରବର୍ତ୍ତୀଙ୍କ ସମେତ ଡ୍ରଗ୍ସ ଲିଙ୍କରେ ଜଡ଼ିତ ଥିବା ଅନ୍ୟ ସମସ୍ତଙ୍କୁ  ପଚରାଉଚରା କରାଯାଇଥିଲା। ଗିରଫ ହେବା ପରେ ରିୟା ଏହି କାର୍ଯ୍ୟାଳୟରେ ଗୋଟିଏ ରାତି ବିତାଇଲେ।

Comment