ଓଡ଼ିଶାଲାଇଭ୍ ବ୍ୟୁରୋ

କୃଷି ବିଲକୁ ନେଇ ସଂସଦରେ ହଟ୍ଟଗୋଳ ଚାଲିଥିବାବେଳେ ମୋଦୀ ସରକାର ଆଜି ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରିଛନ୍ତି। କେନ୍ଦ୍ର ସରକାର ଗହମ, ଡାଲି, ମସୁର, ସୋରିଷର ଏମଏସପିକୁ ବୃଦ୍ଧି କରିଛନ୍ତି ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ସୂଚନା ଦେଇଛନ୍ତି।

ଗହମର ସର୍ବନିମ୍ନ ସହାୟତା ମୂଲ୍ୟକୁ କ୍ୱିଣ୍ଟାଲ୍ ପିଛା ୧୯୭୫କୁ ବୃଦ୍ଧି କରାଯାଇଛି। ଏହା ପୂର୍ବରୁ କ୍ୱିଣ୍ଟାଲ୍ ପିଛା ଗହମର ମୂଲ୍ୟ ୧୯୨୫ ଟଙ୍କା ଥିଲା। ଏହାକୁ ଆଉ ୫୦ ଟଙ୍କା ବୃଦ୍ଧି କରାଯାଇ ୧୯୭୫ ଟଙ୍କା କରାଯାଇଛି।

ସେହିପରି ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ୍ ପିଛା ୨୨୫ ଟଙ୍କା ବୃଦ୍ଧି କରାଯାଇ ୫୧୦୦ ଟଙ୍କା କରାଯାଇଛି। ତା’ ସହିତ କେନ୍ଦ୍ର ସରକାର ମସୁର ଡାଲିର ଏମଏସପି ୫୧୦୦ ଓ ସୋରିଷର ଏମଏସପି ୪୬୫୦କୁ ବୃଦ୍ଧି କରିଛନ୍ତି।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମଣ୍ଡଳ ସମିତ ଏନେଇ ନିଷ୍ପତ୍ତି ନେଇଥିଲା। ଏହାଦ୍ୱାରା କୃଷି ଓ କୃଷକର ଉନ୍ନତି ହୋଇପାରିବ।

Comment