ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭା ଅଧିବେଶନ ପୂର୍ବରୁ ସେପ୍ଟେମ୍ବର ୨୫ ତାରିଖରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ। କୋଭିଡ୍ କଟକଣା ଭିତରେ ଚଳିତଥର ବିଧାନସଭା ମୌସୁମୀ ଅଧିବେଶନ କିଭଳି ବସିବ ସେନେଇ ଏହି ବୈଠକରେ ଆଲୋଚନା କରାଯିବ। ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ସେପ୍ଟେମ୍ବର ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଯୋଗ ଦେବାକୁ ଥିବା ସମସ୍ତ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ। ଯେଉଁ ବିଧାୟକମାନେ ନେଗେଟିଭ୍ ଥିବେ ସେମାନଙ୍କୁ ଅଧିବେଶନରେ ଉପସ୍ଥିତ ରହିବାକୁ ଅନୁମତି ମିଳିବ। ଏଥିପାଇଁ ସେପ୍ଟେମ୍ବର ୨୭ ଓ ୨୮ ତାରିଖରେ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ ବିଧାୟକମାନଙ୍କର କରୋନା ଟେଷ୍ଟ କରାଯିବ।

ଏଥିସହିତ ଯେଉଁ ବିଧାୟକମାନେ ଚାହିଁବେ ସେମାନେ ଜିଲ୍ଲା ମୁଖ୍ୟାଳୟ କିମ୍ବା ନିଜ ଘରେ ରହି ଭିଡିଓ କନଫରେନ୍ସି ଜରିଆରେ ଅଧିବେଶନରେ ଯୋଗ ଦେଇପାରିବେ। ଏଥିପାଇଁ ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

Comment