ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫିଲ୍ମ ନିର୍ମାତା ଅନୁରାଗ କଶ୍ୟପଙ୍କ ଉପରେ ଆସିଥିବା ଅସଦାଚରଣ ଅଭିଯୋଗ ପ୍ରସଙ୍ଗ ସଂସଦରେ ପହଞ୍ଚିଛି। ଗତକାଲି ଏହି ପ୍ରସଙ୍ଗକୁ ନେଇ ଲୋକସଭାରେ ତର୍କ ବିତର୍କ ଚାଲିଥିଲା। ଆଜି ଏନେଇ ବିଜେପି ରାଜ୍ୟସଭା ସାଂସଦ ରୁପା ଗାଙ୍ଗୁଲି ସଂସଦ ପରିସରରେ ଧାରଣାରେ ବସିଛନ୍ତି।

ବଲିଉଡରେ ଏହି ଭଳି ମାମଲା ଅନେକ ଥର ଆସୁଛି। ଏହି ମାମଲାର ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ରୁପା ଦାବି କରିଛନ୍ତି।

ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ଅନୁରାଗ କଶ୍ୟପଙ୍କ ନାଁରେ ଅସଦାଚରଣ ଅଭିଯୋଗ କରିଛନ୍ତି। ସେ ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ପ୍ରସଙ୍ଗରେ ସାହାଯ୍ୟ ମାଗିଛନ୍ତି। ପାୟଲ ଆଜି ମୁମ୍ବାଇର ଓସିୱାରା ପୋଲିସ ଷ୍ଟେସନରେ ଅନୁରାଗ କଶ୍ୟପଙ୍କ ବିରୋଧରେ ଏଫଆଇଆର ମଧ୍ୟ ଦାଖଲ କରିପାରନ୍ତି।

Comment