ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଙ୍କଟ ପାଇଁ ଦୀର୍ଘ ୬ ମାସ ଧରି ବନ୍ଦ ପଡ଼ିଥିବା ତାଜମହଲ ଆଜି ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଛି। ଭାରତୀୟ ପତ୍ନତତ୍ତ୍ୱ ବିଭାଗ କୋଭିଡ୍ ଗାଇଡଲାଇନ୍ ସହ ତାଜମହଲ ଓ ଆଗ୍ରା କିଲ୍ଲାକୁ ଖୋଲିବାକୁ ଅନୁମତି ଦେଇଛି।

କରୋନା ନିଜର କାୟା ବିସ୍ତାର କରିବା ପରେ ମାର୍ଚ୍ଚ ୧୭ ତାରିଖରୁ ତାଜମହଲ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦିଆଯାଇଥିଲା। ଏବେ ଏହାକୁ ପୁଣି ଥରେ ଖୋଲାଯାଇଛି।

ତେବେ ତାଜମହଲ ଭିତରକୁ ଯିବାକୁ ହେଲେ ପର୍ଯ୍ୟଟକଙ୍କ ପାଇଁ ଗାଇଡଲାଇନ୍ ଧାର୍ଯ୍ୟ କରାଯାଇଛି। ପର୍ଯ୍ୟଟକମାନେ ଅନଲାଇନ୍ ଜରିଆରେ ନିଜର ଟିକେଟ୍ କାଟିବେ। ଏଥିସହ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଏହାପରେ ତାଙ୍କୁ ତାଜମହଲ ଦେଖିବାକୁ ଅନୁମତି ମିଳିବ।

ତାଜମହଲ ବୁଲି ଦେଖିବା ବେଳେ ପର୍ଯ୍ୟଟକମାନେ ଏହାକୁ ଛୁଇଁବେ ନାହିଁ କିମ୍ବା ଗ୍ରୁପ୍ ହୋଇ ଫଟୋ ଉଠାଇବେ ନାହିଁ। ସମସ୍ତେ ମାସ୍କ, ସାନିଟାଇଜର ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି।

Comment