ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୁବଶୀଘ୍ର ଦର୍ଶକଙ୍କ ପାଇଁ ଆଉ ଏକ ଜବରଦସ୍ତ ଫିଲ୍ମ ନେଇ ଆସୁଛନ୍ତି ଅଭିନେତା ଜନ୍ ଆବ୍ରାହମ। ଏହି ଫିଲ୍ମ ହେଲା ‘ସତ୍ୟମେବ ଜୟତେ ୨’। ୨୦୨୧ରେ ଇଦ ଅବସରରେ ଅର୍ଥାତ ମେ’ ୨୧ରେ ଏହି ଫିଲ୍ମ ରିଲିଜ ହେବ। ଏନେଇ ଜନ୍‌ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଜନ୍‌ଙ୍କ ସହିତ ଏହି ଫିଲ୍ମରେ ଦିବ୍ୟା ଖୋସଲା କୁମାର ମଧ୍ୟ ନଜର ଆସିବେ।

ଜନ୍‌ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଅପକମିଙ୍ଗ୍‌ ଫିଲ୍ମର ଏକ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି। ଜନ୍‌ ହାତରେ ଏକ ଲଙ୍ଗଳ ଧରିଥିଲା ବେଳେ ଶରୀରରେ ଏକାଧିକ କ୍ଷତ ଥିବା ପୋଷ୍ଟରରେ ଦେଖାଯାଇଛି। ଏହି ପୋଷ୍ଟର କ୍ୟାପସନରେ ଜନ୍‌ ଲେଖିଛନ୍ତି, ‘‘ଯେଉଁ ଦେଶର ମା’ ଗଙ୍ଗା, ତା’ର ରକ୍ତ ବି ତ୍ରିରଙ୍ଗା’’।

ଏହି ଫିଲ୍ମକୁ ମିଳାପ ଜାଭେରୀ ନିର୍ମାଣ କରୁଛନ୍ତି। ଅକ୍ଟୋବର ମାସର ଫିଲ୍ମର ସୁଟିଂ ଆରମ୍ଭ କରିପାରନ୍ତି ଜନ୍‌। ଏହାପୂର୍ବରୁ ଜନ୍‌ଙ୍କର ୨୦୧୮ରେ ‘ସତ୍ୟମେବ ଜୟତେ ଫିଲ୍ମ’ ଆସିଥିଲା। ସେହି ଫିଲ୍ମରୁ ଜନ୍‌ ଖୁବ୍‌ ପ୍ରଶଂସା ପାଇଥିଲେ।

Comment