ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ଲକ୍‌ଡାଉନ୍‌ର ଇତିହାସ ସମ୍ପର୍କରେ ଜାଣନ୍ତୁ…

କରୋନା ସଂକ୍ରମଣ ଉପରେ ରୋକ୍ ଲଗାଇବା ପାଇଁ ବିଶ୍ଵର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍ ଜାରି ହୋଇଛି। ଏହି ଲକ୍‌ଡାଉନ୍‌ ଯୋଗୁଁ ଲୋକମାନେ ଅନେକ ଅସୁବିଧାର ସମ୍ମୁଖୀନ ମଧ୍ୟ ହେଉଛନ୍ତି। ତେଣୁ ଧିରେ ଧିରେ ଏବେ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଉଛି। ଆମ ଭିତରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହି ‘ଲକ୍‌ଡାଉନ୍’‌ ଶବ୍ଦଟିକୁ କରୋନା ଆସିବା ପରେ ହିଁ ଶୁଣିଛନ୍ତି। କିନ୍ତୁ ଭାରତରେ ଏହାର ଇତିହାସ ବହୁତ ପୁରୁଣା। ତେବେ ଆସନ୍ତୁ ଜାଣିବା ଲକ୍‌ଡାଉନ୍‌ର ଇତିହାସ ସମ୍ପର୍କରେ।

ଇଂରେଜ ଶାସନ ସମୟରେ ଲକ୍‌ଡାଉନ୍

ବିଂଶ ଶତାବ୍ଦୀର ପ୍ରଥମ ଦୁଇ ଦଶନ୍ଧିରେ ହଇଜା ଓ ପ୍ଲେଗ୍ ପରି ମହାମାରୀ ଭାରତକୁ ପ୍ରଭାବିତ କରିଥିଲା। ବ୍ରିଟିଶ୍ ଶାସନ ସମୟରେ ମଧ୍ୟ ଅନେକ ଥର ହଇଜା ବ୍ୟାପିଲା। ଏହି ଘାତକ ମହାମାରୀକୁ ଡରି ଇଂରେଜ ସରକାର ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଲକ୍‌ଡାଉନ୍‌ ଜାରି କରିଦେଲେ।

କିନ୍ତୁ ସେତେବେଳେ ଲକ୍‌ଡାଉନ୍ ସ୍ଥାନରେ ‘ହଲିଡେ’ ଶବ୍ଦ ବ୍ୟବହାର କରାଯାଉଥିଲା। ବଡ଼ କଥା ହେଉଛି ସେତେବେଳେ ବି କଣ୍ଟେନ୍‌ମେଣ୍ଟ ଜୋନ୍, ଆଇସୋଲେସନ୍ ଓ୍ଵାର୍ଡ ଥିଲା। ଏଥିସହ ପ୍ରବାସୀ ଶ୍ରମିକଙ୍କଠାରୁ ରୋଗ ବ୍ୟାପିବାକୁ ନେଇ ଲୋକଙ୍କ ମନରେ ଭୟ ରହିଥିଲା।ଲକ୍‌ଡାଉନ୍‌ ପ୍ରକ୍ରିୟା

ଏହି ସମୟରେ ଲକ୍‌ଡାଉନ୍‌ର ବିଭିନ୍ନ ଉପାୟକୁ ନେଇ ଦସ୍ତାବିଜ ମିଳିଥାଏ। ସେତେବେଳେ ଇଂରେଜ ସରକରା ହଲିଡେ ଶବ୍ଦ ବ୍ୟବହାର କରି ଲୋକମାନଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖିବାକୁ କଟକଣା ଜାରି କରିଥିଲେ। ଏକଥା ବ୍ରିଟିଶ୍ ଇଣ୍ଡିଆର ଆନୁଷ୍ଠାନିକ ରେକର୍ଡ ଏନ୍‌ଏଆଇରେ ଉଲ୍ଲେଖ ରହିଛି।

ଏହା ସହ ବ୍ରିଟିଶ୍ ଇଣ୍ଡିଆ ମେଡିକାଲ ଇତିହାସର ଅଭିଲେଖରୁ ଜଣାପଡ଼ିଛି ଯେ, ସେତେବେଳେ କୌଣସି ନିର୍ଦ୍ଦିଷ୍ଟ ଅଞ୍ଚଳରେ ରୋଗ ବ୍ୟାପିବା ମାତ୍ରେ ସେହି ସ୍ଥାନ ସହ ଅନ୍ୟ ସ୍ଥାନଗୁଡ଼ିକର ଯୋଗାଯୋଗ କାଟି ଦିଆଯାଉଥିଲା।

ପ୍ରବାସୀ ଶ୍ରମିକଙ୍କୁ ମିଳୁଥିଲା ଅଗ୍ରୀମ ଦରମା

ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ପ୍ରବାସୀ ଶ୍ରମିକମାନେ ଯେଉଁଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେତେବେଳେ ସେମିତି ସମସ୍ୟା ସୃଷ୍ଟି ହୋଇଥିଲା। ସହରରେ କାମ କରିବାକୁ ଆସିଥିବା ପ୍ରବାସୀ ଶ୍ରମିକମାନେ ଯଦି ଅଧିକ ସଂଖ୍ୟାରେ ଘରକୁ ଫେରିବେ ତେବେ ସେମାନେ ରୋଗ ନେଇକି ଆସିବେ ବୋଲି ଲୋକଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଇଂରେଜ ସରକାର ଏକ ସମାଧାନ ବାହାର କରିଥିଲେ।ଶ୍ରମିକମାନଙ୍କୁ ସେମାନଙ୍କ ଘର ପାଖରେ ବା ପାଖାପାଖି ୩ କିଲୋମିଟର ଅଞ୍ଚଳ ଭିତରେ କାମ ଦେବା ପାଇଁ ଚେଷ୍ଟା କରୁଥିଲେ, ଯାହାଫଳରେ ଶ୍ରମିକମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। କେବଳ ସେତିକି ନୁହେଁ, ସେହି ସମୟରେ ଶ୍ରମିକମାନଙ୍କୁ ଅଗ୍ରୀମ ୩୨ ଦିନର ଦରମା ଦିଆଯାଉଥିଲା।

ପ୍ରସ୍ତୁତ ହେଉଥିଲା ସ୍ଵତନ୍ତ୍ର ରଣନୀତି

ବ୍ରିଟିଶ୍ ଶାସନ ସମୟରେ ବ୍ୟାପୁଥିବା ମହାମାରୀ ବା ଅନ୍ୟାନ୍ୟ ରୋଗ ପାଇଁ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ ହେଉଥିଲା। ଶ୍ରମିକମାନଙ୍କୁ ମାସକ ପାଇଁ ଟଙ୍କା ଦିଆଯାଉଥିଲା। ତେଣୁ ଶ୍ରମିକମାନେ ଘରେ ରହି ନିଜ ସ୍ଵାସ୍ଥ୍ୟର ଯତ୍ନ ନେବା ସହ ପରିବାରର ଯତ୍ନ ନେଉଥିଲେ। ଏଥିସହ ପ୍ରବାସୀ ଶ୍ରମିକମାନଙ୍କୁ ଅଧିକ ସଂଖ୍ୟାରେ ଗାଁକୁ ନ ପଠାଇ ଅଳ୍ପସଂଖ୍ୟକ ଶ୍ରମିକଙ୍କୁ ଘରକୁ ପଠାଯାଉଥିଲା।

LEAVE A REPLY

Please enter your comment!
Please enter your name here