ଓଡ଼ିଶାଲାଇଭ୍ ବ୍ୟୁରୋ

୨୦୧୫ ମସିହାରୁ ଆଜି ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋଟ ୫୮ଟି ଦେଶର ଗସ୍ତରେ ଯାଇଛନ୍ତି। ଏଥିପାଇଁ ମୋଟ ୫୧୭.୮୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରାଜ୍ୟସଭାରେ ଜଣେ ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେଇ ଏଭଳି ତଥ୍ୟ ରଖିଛି ବୈଦେଶିକ ମନ୍ତ୍ରାଳୟ।

କରୋନା କଟକଣା ଭିତରେ ସଂସଦର ମୌସୁମୀ ଅଧିବେଶନ ଜାରି ରହିଛି। ରାଜ୍ୟସଭାରେ କୃଷି ବିଲକୁ ନେଇ ଉତ୍ତେଜନା ଦେଖାଦେଇଥିଲେ ମଧ୍ୟ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ଜାରି ରହିଛି। ଏହାରି ଭିତରେ ଜଣେ ସାଂସଦଙ୍କ ପ୍ରଶ୍ନର ଉତ୍ତର ଦେଇ ଏଭଳି ତଥ୍ୟ ଦେଇଛି ବୈଦେଶିକ ମନ୍ତ୍ରାଳୟ।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ସମସ୍ତ ବିଦେଶ ଗସ୍ତରେ ଅନେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ବିଶେଷକରି ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରତିରକ୍ଷା କ୍ଷେତ୍ରରେ ବଡ଼ ବଡ଼ ଏମଓୟୁ ସ୍ୱାକ୍ଷରିତ ହୋଇଛି ବୋଲି କୁହାଯାଇଛି।

କରୋନା ସଙ୍କଟ ଦେଖାଯିବା ପରଠାରୁ ମୋଦୀ କୌଣସି ବିଦେଶ ଗସ୍ତରେ ଯାଇନାହାନ୍ତି। ମୋଦୀ ବର୍ତ୍ତମାନ ଭିଡିଓ କନଫରେନ୍ସିଂ ସାହାଯ୍ୟରେ ବିଶ୍ୱର ବଡ଼ ବଡ଼ ନେତାଙ୍କ ସହ ଆଲୋଚନା କରୁଛନ୍ତି।

Comment