ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦରେ ଯେଉଁଭଳି ଭାବେ ମୌସୁମୀ ଅଧିବେଶନ ବସୁଛି ସେହିଭଳି ଭାବେ ବିଧାନସଭାର ଆଗାମୀ ମୌସୁମୀ ଅଧିବେଶନ ବସିବ। ଏନେଇ ଆଜି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି।

ଏଥରର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ। ହେଲେ ନିୟମାନୁସାରେ ଶୂନ୍ୟକାଳ, ମୁଲତିବ ପ୍ରସ୍ତାବ ଆଦି ରହିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି। ବିଧାନସଭାରେ ବିଧାୟକମାନେ ୪ ଫୁଟର ଦୂରତା ବଜାୟ ରଖି ବସିବେ। ବିଧାୟକମାନେ ଯେଭଳି ଭାବେ ସାମାଜିକ ଦୂରତା ବଜାୟ ରଖିପାରିବେ ସେଥିପାଇଁ ଦର୍ଶକ ଗ୍ୟାଲେରିରେ ମଧ୍ୟ ବିଧାୟକଙ୍କ ବସିବା ପାଇଁ ବ୍ୟବସ୍ଥା କରାଯାଇଛି।

ସଂସଦ ଭଳି ବିଧାନସଭାରେ ମଧ୍ୟ ବିଧାୟକଙ୍କ ସିଟ୍ ସାମ୍ନାରେ କାଚ ଲାଗିବ। ଯାହାଦ୍ୱାରା ସଂକ୍ରମଣ ରୋକାଯାଇପାରିବ। ସେହିଭଳି ଯେଉଁ ବିଧାୟକମାନେ ବିଧାନସଭା ଆସିବାକୁ ଚାହିଁବେନି ସେମାନେ ନିଜ ଘରେ କିମ୍ବା ଜିଲ୍ଲା ମୁଖ୍ୟାଳୟରୁ ଭିଡିଓ କନଫେରନ୍ସି ଜରିଆରେ ଯୋଡ଼ି ହୋଇପାରିବେ।

ସେପ୍ଟେମ୍ବର ୨୯ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏହାପୂର୍ବରୁ ସବୁ ବିଧାୟକମାନଙ୍କର କୋଭିଡ୍ ଟେଷ୍ଟ କରାଯିବ। ଯେଉଁ ବିଧାୟକମାନେ କରୋନା ନେଗେଟିଭ୍ ଥିବେ କେବଳ ସେହିମାନଙ୍କୁ ଅଧିବେଶନରେ ଯୋଗଦେବାକୁ ସୁଯୋଗ ମିଳିବ।

Comment