ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଡ୍ରଗ୍ସ ଲିଙ୍କ୍‌ ମାମଲାରେ ତଦନ୍ତ ଜୋରଦାର କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଦିନ ଯେତିକି ଗଡ଼ୁଛି ଡ୍ରଗ୍ସ ଲିଙ୍କର ଗୁମର ମଧ୍ୟ ସେତିକି ଖୋଲୁଛି। ଜଣକ ପରେ ଜଣକ ନାଁ ଏହି ମାମଲାରେ ଆସିବା ପରେ ଏବେ ଏନସିବି ପଚରାଉଚରା ମଧ୍ୟ ଆରମ୍ଭ କରିଛି। ମୁମ୍ବାଇରେ ପ୍ରବଳ ବର୍ଷା ସତ୍ତ୍ୱେ  ବୁଧବାର ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଜେରା କରାଯାଇଛି।

ମଧୁ ଏବେ KWAN କମ୍ପାନି ସହ କାମ କରୁଛନ୍ତି। ଏହି କମ୍ପାନିର କର୍ମଚାର ହେଉଛନ୍ତି ଅଭିନେତା ସୁଶାନ୍ତଙ୍କ ଟାଲେଣ୍ଟ ମ୍ୟାନେଜର ଥିବା ଜୟା ଶାହ। ଏଥସିହିତ କରିସ୍ମା ମଧ୍ୟ ଏହି କମ୍ପାନି ସହ ଜଡ଼ିତ ଅଛନ୍ତି। ଏହି ଦୁଇ ଜଣକ ମୋବାଇଲରୁ ହିଁ ସନ୍ଦେହଜନକ ଚାଟ୍‌ ସବୁ ବାହାରକୁ ଆସିଛି।

ଅଭିଯୋଗ ଅନୁସାରେ ଏହି କମ୍ପାନିର କିଛି କର୍ମଚାରୀଙ୍କ ଦ୍ୱାରା ଡ୍ରଗ୍ସ ବ୍ୟବସାୟ ପରିଚାଳିତ ହେଉଥିଲା। ତେଣୁ କମ୍ପାନି ସିଇଓ ଧ୍ରୁବ ଚିଟଗୋପେକରଣଙ୍କୁ ମଧ୍ୟ ସମନ୍‌ କରିଛି ଏନସିବି।

ଏହାପରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂ, ଦିୟା ମିର୍ଜାଙ୍କୁ ଜେରା କରିପାରେ ଏନସିବି।

LEAVE A REPLY

Please enter your comment!
Please enter your name here