ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡର କିଛି କାଳଜୟୀ ଡାଇଲଗ୍ ବିଷୟରେ ଜାଣନ୍ତୁ।

ଆମ ଜୀବନଶୈଳୀ ହେଉ କି ବେଶପୋଷାକ, ସବୁକିଛି ଅନେକ ପରିମାଣରେ ସିନେମା ଦ୍ୱାରା ହିଁ ନିୟନ୍ତ୍ରିତ। ମନ ଦୁଃଖ ଥିଲେ କ୍ଲାସିକ୍ ସିନେମା, ଖୁସି ଥିଲେ ଆଉ ଟିକେ ଖୁସି ହେବା ପାଇଁ କମେଡି ସିନେମା, ଆଉ ବ୍ରେକ୍ ଅପ ହେଲେ ସେଥିପାଇଁ ବି ଅନେକ ସିନେମା ଅଛି। ତେବେ ସିନେମାର ସିନ୍, ସିକ୍ୱେନ୍ସ, ଷ୍ଟାରକାଷ୍ଟ ଅପେକ୍ଷା ଆମକୁ ବେଶୀ ପ୍ରଭାବିତ କରେ, ସିନେମାର ଡାଇଲଗ୍। ସେଥିପାଇଁ ତ ଆଜି ବି ଅନେକ ସିନେମାର ଡାଇଲଗ କାଳଜୟୀ ହୋଇଛି। ଜାଣନ୍ତୁ ସେମିତି କିଛି ଲୋକପ୍ରିୟ ଡାଇଲଗ୍ ବିଷୟରେ..

ଦିୱାର

“ଆଜ ମେରେ ପାସ୍ ଗାଡ଼ି ହେ, ବଙ୍ଗଲା ହେ, ପୈସା ହେ। ତୁମହାରେ ପାସ୍ କ୍ୟା ହେ? ”.. “ମେରେ ପାସ୍ ମା ହେ”।  ଦିୱାର ସିନେମାର ଏ ଡାଇଲଗ ଆଜି ବି ଦର୍ଶକଙ୍କ ମୁହଁରୁ ବାହାରିପଡ଼େ। ଅଫିସ ଲିଜର ହେଉ, କି ସାଙ୍ଗଙ୍କ ଖଟି ସବୁଠି ଅମିତାଭ ବଚ୍ଚନ ଓ ଶଶୀ କପୁରଙ୍କ ମଧ୍ୟରେ ହୋଇଥିବା ଏ ଡାଇଲଗ୍‌ବାଜି ଶୁଣିବାକୁ ମିଳେ।ସୋଲେ

ଖଳନାୟକର ସବୁ ପରିଭାଷା ବଦଳାଇ ଦେଇଥିଲା ‘ସୋଲେ’। ଅମିତାଭ, ଧର୍ମେନ୍ଦ୍ର, ସଞ୍ଜୀବ କୁମାରଙ୍କ ଭଳି ଲୋକପ୍ରିୟ ଅଭିନେତା ଏଥିରେ ଥିଲେ ମଧ୍ୟ ସବୁଠାରୁ ଅଧିକ ଯଦି କିଏ ମନେ ଅଛନ୍ତି ସିଏ ହେଲେ ଅମଜାଦ୍ ଖାନ୍। ତାଙ୍କ ଅଭିନୀତ ଗବ୍ବର ସିଂ ଚରିତ୍ର ଆଜି ବି ଲୋକଙ୍କୁ ରୋମାଞ୍ଚିତ କରେ। ବାରମ୍ବାର ଦେଖିବା ଭଳି ଚଳଚ୍ଚିତ୍ର ତାଲିକାରେ ରହିଛି ‘ସୋଲେ’। ଆଉ ‘ସୋଲେ’ର ସବୁଠାରୁ ପ୍ରଭାବଶାଳୀ ଚରିତ୍ର ହେଲା ଗବ୍ବର ସିଂ। ଆଉ ଗବ୍ବର ସିଂର ଡାଇଲଗ୍ – କିତନେ ଆଦମୀ ଥେ? ଏ ଡାଇଲଗ୍ ଭୁଲିବା ସମ୍ଭବ ନୁହେଁ।

ଶେହନଶାହ

“ରିସ୍ତେ ମେ ତୋ ହମ ତୁମ୍‌ହାରେ ବାପ୍ ଲଗତେ ହେଁ, ନାମ୍ ହେ ଶେହେନଶାହ।” ଶେହନଶାହ ଫିଲ୍ମର ଏ ଡାଇଲଗ୍ ଆଜି ବି ସବୁଠାରୁ ଅଧିକ ପସନ୍ଦ ଡାଇଲଗ୍ ଭିତରେ ଅଛି। ଅମିତାଭଙ୍କ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଭଏସ୍‌ରେ ଏ ଡାଇଲଗ୍ କାନରେ ପଡ଼ିଲେ, ଲୋମ ଟାଙ୍କୁରି ଉଠୋ। ସେଥିପାଇଁ ତ ମଜାରେ ମଜାରେ ପିଲାଠୁ ଆରମ୍ଭ କରି ବୁଢ଼ା ସିନେମା ପ୍ରେମୀ ଏ ଡାଇଲଗ୍ କହିଦିଅନ୍ତି।ଦେବଦାସ

“କୌନ କମବକ୍ତ ହେ ୱ ଯୋ ବରଦାସ୍ତ କର୍‌ନେ କେ ଲିଏ ପିତାହେ, ମେଁ ତୋ ପିତା ହୁଁ କି ବସ୍ ସାଂସ ଲେ ସକୁଁ।” ଦେବଦାସ ଫିଲ୍ମର ଏ କାଳଜୟୀ ସଂଳାପ ଆଜି ବି ଲୋକପ୍ରିୟ ହୋଇରହିଛି। ସେ ଦିଲ୍ଲୀପ କୁମାରଙ୍କ ମୁହଁରୁ ହେଉ କି ଶାହାରୁଖ ଖାନଙ୍କ ମୁହଁରୁ।

ଦିୱାର

“ମେଁ ଆଜ୍ ଭି ଫେକେ ହୁଏ ପୈସା ନହିଁ ଉଠାତା” – ଅମିତାଭ ବଚ୍ଚନଙ୍କ ମୁହଁରେ ଏ ବେଖାତିର ସ୍ୱରର ଡାଇଲଗ୍‌କୁ ଆଜି ବି ଲୋକେ ବେଶ୍ ପସନ୍ଦ କରନ୍ତି।

ଅମର ପ୍ରେମ

ବଲିଉଡର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନା ଓ ଶର୍ମିଳା ଟାଗୋରଙ୍କ ଅଭିନୀତ ଏ ଫିଲ୍ମ ଦର୍ଶକଙ୍କୁ ପୂରା ପ୍ରେମରେ ବତୁରାଇ ଦିଏ। ଲୁହରେ ଭିଜାଏ ହେଲେ, ଏ ଫିଲ୍ମର ଗୋଟେ ଡାଇଲଗକୁ ଭୁଲିବା ସମ୍ଭବ ନୁହେଁ। ସେଥିପାଇଁ ତ ଆଜି ବି ପସନ୍ଦ, “ପୁଷ୍ପା ଆଇ ହେଟ୍ ଟିୟର୍ସ।”ମିଷ୍ଟର ଇଣ୍ଡିଆ

ଅନୀଲ କପୁର, ଶ୍ରୀଦେବୀଙ୍କ ଭଳି ଷ୍ଟାର ଥାଉ ଥାଉ, ଏ ଫିଲ୍ମର ସବୁଠାରୁ ପସନ୍ଦର ଅଭିନେତା ହେଲେ ଅମରୀଶ ପୁରୀ। ତାଙ୍କର ସେ ଡାଇଲଗ “ମୁଗାମ୍ବୋ ଖୁସ୍ ହୁଆ” ଆଜିର ତାରିଖରେ ବେଷ୍ଟ ଡାଇଲଗ୍‌ର ତାଲିକା ଭିତରେ ଅଛି।

ଦାମିନୀ

ନ୍ୟାୟ ପାଇଁ ନାରୀର ଲଢ଼େଇକୁ ନେଇ ହୋଇଥିବା ସିନେମା ମଧ୍ୟରେ ଏହା ତାଲିକାର ଶୀର୍ଷରେ ରହିବା ଭଳି। ଏ ଫିଲ୍ମରେ ସନି ଦେଓଲଙ୍କ ସେ ଡାଇଲଗ, “ତାରିଖ ପର ତାରିଖ୍, ତାରିଖ ପେ ତାରିଖ୍, ତାରିଖ ପେ ତାରିଖ୍” ଆଜି ବି କାନରେ ଶୁଭେ। ଏ ଫିଲ୍ମର ଡାଇଲଗ୍ ହେଉଛି ଗୋଟେ ପ୍ଲସ ପଏଣ୍ଟ।ଓମ୍ ଶାନ୍ତି ଓମ୍

ପୁନର୍ଜନ୍ମ ଓ ପ୍ରତିଶୋଧକୁ ନେଇ ବଲିଉଡରେ ଅନେକ ଫିଲ୍ମ ତିଆରି ହୋଇଛି। ସେ ଭିତରୁ ହିଟ୍ ତାଲିକାରେ ଥିବା ଗୋଟିଏ ଫିଲ୍ମ ହେଉଛି ଫରହା ଖାନଙ୍କ ନିର୍ଦ୍ଦେଶିତ ‘ଓମ ଶାନ୍ତି ଓମ୍’। ଶାହାରୁଖ ଖାନଙ୍କ ସେ ଚମତ୍କାର ଡାଇଲଗ୍ ଆଜି ବି ଦର୍ଶକଙ୍କୁ ମୋହାଚ୍ଛନ୍ନ କରେ। ଧିମା ଲାଇଟର ବ୍ୟାକ୍ ଗ୍ରାଉଣ୍ଡରେ, ଦର୍ଶକ ଭର୍ତ୍ତି ଗ୍ୟାଲେରି,  ଆଉ ସେ ଡାଇଲଗ “ ଜିନ୍ଦେଗୀ ମେ ଭି ଏଣ୍ଡମେ ସବକୁଛ୍ ଠିକ୍ ହୋ ଯାତା ହେ, ହାପିସ୍ ଏଣ୍ଡିଙ୍ଗ୍ସ। ଔର ଅଗର..ଔର ଅଗର ଠିକ୍ ନା ହୋ ତୋ ୱ ଦି ଏଣ୍ଡ ନହିଁ ହେ ଦୋସ୍ତୋଁ, ପିକ୍ଚର ଅଭି ବାକି ହେ।”ପାକିଜା

ବଲିଉଡର ଅନ୍ୟତମ ଅମରକୃତି ହେଉଛି ପାକିଜା। ରାଜକୁମାର ଅଭିନୀତ ଏ ଫିଲ୍ମ ବାରମ୍ବାର ଦେଖିବା ଭଳି ଫିଲ୍ମ। ଚମତ୍କାର ଗୀତ ଆଉ ସଂଳାପ। କାହାଣୀ ବି ଦମଦାର। ଏ ସିନେମାର ସେ ପ୍ରେମମୟ ଡାଇଲଗ ଆଜିବି ଅନେକ ପ୍ରେମିକଙ୍କ ପସନ୍ଦ – “ଆପକେ ପାଓଁ ଦେଖେ, ବହତ ହସିନ ହେ। ଇହ୍ନେ ଜମିନ ପର ମତ ରଖିଏ, ମୈଲେ ହୋ ଯାଏଁଗେ।”

Comment