ଓଡ଼ିଶାଲାଇଭ୍ ବ୍ୟୁରୋ
ବଲିଉଡ ସହ ଡ୍ରଗ୍ସ ଲିଙ୍କ୍ ମାମଲାରେ ଅନେକ ବଡ଼ ବଡ଼ କଳାକାରଙ୍କ ନାଁ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି) ଜୋରଦାର ତଦନ୍ତ ଚଳାଇଛି। ଫ୍ୟାସନ ଡିଜାଇନର ସିମୋନ ଖମ୍ବାଟାଙ୍କ ପରେ ଆଜି ରକୁଲ ପ୍ରୀତ ସିଂ ଓ ଦୀପିକା ପାଦୁକୋନ୍ଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ଏନ୍ସିବି ଜେରା କରୁଥିବା ସୂଚନା ମିଳିଛି।
ଆଜି ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମଧ୍ୟ ହାଜର ହେବାର ଥିଲା। ହେଲେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ନିର୍ଦ୍ଦେଶକ ସକୁନ୍ ବାତ୍ରାଙ୍କ ଆଗାମୀ ଚଳଚ୍ଚିତ୍ରର ସୁଟିଂ ପାଇଁ ଦୀପିକା ପାଦୁକୋନ୍ ଗୋଆରେ ଥିଲେ। ଏହାପରେ ସେ ମୁମ୍ବାଇ ଫେରିଛନ୍ତି। ସେ ପରେ ଏନ୍ସିବି ଜେରାର ସାମ୍ନା କରିବେ ବୋଲି ଜଣାପଡ଼ିଛି।ରକୁଲ ପ୍ରୀତ ସିଂ ଓ କରିସ୍ମା ପ୍ରକାଶଙ୍କୁ ଆଜି ଜେରା କରିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ମଧ୍ୟ ପଚରାଉଚରା କରିବ। ଦୁହେଁ ସୁଶାନ୍ତଙ୍କ ସହ ଅନେକ ପାର୍ଟିରେ ଡ୍ରଗ୍ସ ସେବନ କରିବା ସହିତ ଡ୍ରଗ୍ସ କାରବାର କରୁଥିବା ନେଇ ଏନ୍ସିବିକୁ ଖବର ମିଳିଛି।