ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ବହୁତ ଐତିହାସିକ ଏବଂ ପର୍ଯ୍ୟଟନସ୍ଥଳୀ ରହିଛି। ସେଥିମଧ୍ୟରୁ ମୁମ୍ବାଦେବୀ ମନ୍ଦିର ପ୍ରମୁଖ ଅଟେ। ମରାଠିର ଏକ ଶବ୍ଦ ମୁମ୍ବା ମାତାଙ୍କ ନାମରୁ ମୁମ୍ବାଇ ସହର ନାମ ଦିଆଯାଇଥିଲା। ଏହି ମନ୍ଦିରର ଗୌରବଶାଳୀ ଇତିହାସ ପାଖାପାଖି ୪୦୦ବର୍ଷ ପୁରୁଣା। ପୂରା ମହାରାଷ୍ଟ୍ରରେ ଏହି ମନ୍ଦିରର ମାନ୍ୟତା ରହିଛି।

କୁହାଯାଏ ମୁମ୍ବାଇର ଆରମ୍ଭରେ ଧିବର ମାନଙ୍କର ବସ୍ତି ଥିଲା। ଏହି ଲୋକମାନଙ୍କୁ ମୁମ୍ବାଇରେ କୋଲି କୁହାଯାଉଥିଲା। କୋଲି ଲୋକମାନେ ମୁମ୍ବା ଦେବୀଙ୍କ ମନ୍ଦିର ସ୍ଥାପନ କରିଥିଲେ। କୁହାଯାଇଥାଏ ଦେବୀଙ୍କର କୃପାରୁ ସମୁଦ୍ର କେବେ ବି ଧିବର ମାନଙ୍କୁ ଦୁଃଖ ପହଞ୍ଚାଇନାହିଁ। ଆଜି ଯେଉଁ ଜାଗାରେ ଭିକ୍ଟୋରିଆ ଟର୍ମିନସ ଅଛି ପୂର୍ବେ ସେହି ଯାଗାରେ ଏହି ମନ୍ଦିର ଅବସ୍ଥିତ ଥିଲା। ଏହାର ନିର୍ମାଣ ୧୭୩୭ ବର୍ଷରେ ହୋଇଥିଲା।

ପରେ ଇଂରେଜ ଶାସନ ସମୟରେ ଏହି ମନ୍ଦିର ମେରିନ ଲାଇନ ପୂର୍ବ ଭାଗର ବଜାର ମଧ୍ୟରେ ସ୍ଥାପିତ କରାଯାଇଥିଲା। ଏହି ମନ୍ଦିର ପାଖରେ ଏକ ବଡ଼ ପୋଖରୀ ରହିଥିଲା। ଯାହା ଏବେ ବନ୍ଦ ହୋଇଯାଇଛି। ପଣ୍ଡୁ ସେଠ ଏହି ମନ୍ଦିର ପାଇଁ ଜମି ଦାନ ଦେଇଥିଲେ। ପ୍ରଥମେ ମନ୍ଦିରର ଦେଖାଶୁଣା ତାଙ୍କ ପରିବାର କରୁଥିଲେ। ପରେ ମୁମ୍ବାଇ ହାଇକୋର୍ଟଙ୍କ ଆଦେଶାନୁସାରେ ଏହି ମନ୍ଦିର ବମ୍ବେରେ ସ୍ଥାପିତ କରାଯାଇଥିଲା। ମୁମ୍ବା ଦେବୀଙ୍କର ମନ୍ଦିର ଅତ୍ୟନ୍ତ ଆକର୍ଷଣ ଏବଂ ଏହି ମନ୍ଦିରର ମୂର୍ତ୍ତି ଭୟାନକ।

ଏଠାରେ ମୁମ୍ବା ଦେବୀଙ୍କର ନାରଙ୍ଗି ମୁହଁରେ ସୁସଜ୍ଜିତ ମୂର୍ତ୍ତି ସ୍ଥାପନ କରାଯାଇଛି। ମୁମ୍ବା ଦେବୀଙ୍କ ଦୁଇ ପାଖରେ ମାତା ଅନ୍ନପୂର୍ଣ୍ଣା ଏବଂ ମାତା ଜଗଦମ୍ବାଙ୍କର ମୂର୍ତ୍ତି ସ୍ଥାପିତ କରାଯାଇଛି। ମୁମ୍ବା ଦେବୀ ମନ୍ଦିରରେ ପ୍ରତ୍ୟେକ ଦିନ ୬ଥର ଆଳତି କରାଯାଇଥାଏ। ମଙ୍ଗଳବାର ଦିନ ମନ୍ଦିରରେ ଭକ୍ତମାନଙ୍କର ଅଧିକ ଭିଡ଼ ଦେଖିବାକୁ ମିଳିଥାଏ। ଶ୍ରଦ୍ଧାଳୁମାନଙ୍କର କହିବା ଅନୁସାରେ ଏଠାରେ ମାନସିକ କରିଥିବା ପ୍ରତ୍ୟେକ ବ୍ୟକ୍ତିର ମନସ୍କାମନା ପୂରଣ ହୋଇଥାଏ।

Comment