ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୭ ତାରିଖରେ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ପାଳିତ ହୁଏ। ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ହେଲା ବିଶ୍ୱ ସ୍ତରରେ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହନ ଦେଇ ପର୍ଯ୍ୟଟନ ମାଧ୍ୟମରେ ଦେଶର ସାମାଜିକ, ରାଜନୈତିକ ତଥା ଅର୍ଥନୈତିକ ସମୃଦ୍ଧିରେ ଭାଗିଦାରୀ ହେବା ତଥା ଏ ସଂପର୍କରେ ଗଣ ସଚେତନତା ସୃଷ୍ଟି କରିବା।

ସଂଯୁକ୍ତ ରାଷ୍ଟ୍ର ବିଶ୍ୱ ପର୍ଯ୍ୟଟନ ସଂଗଠନଦ୍ୱାରା ୧୯୮୦ ମସିହାରୁ ଏହା ପାଳିତ ହେଉଅଛି। ଏହି ତାରିଖର ବିଶେଷତ୍ତ୍ୱ ଯେ ୧୯୭୦ ମସିହା ଏହି ଦିନ ସଂଯୁକ୍ତ ରାଷ୍ଟ୍ର ବିଶ୍ୱ ପର୍ଯ୍ୟଟନ ସଂଗଠନର (UNWTO) ଆଇନକୁ ଆଇନଗତ ମାନ୍ୟତା ଦିଆଯାଇଥିଲା। ବିଶ୍ୱ ସ୍ତରରେ ପର୍ଯ୍ୟଟନକୁ ବିଶେଷ ପ୍ରୋତ୍ସାହନ ଦେବା ଦିଗରେ ଏହି ଆଇନଗତ ପ୍ରକ୍ରିୟା ଏକ ମାଇଲଖୁଣ୍ଟ ସଦୃଶ।

ଇସ୍ତାନବୁଲ (ତୁର୍କୀ)ଠାରେ ୧୯୯୭ ମସିହାରେ ଆୟୋଜିତ UNWTOର ଦ୍ୱାଦଶ ମହାସଭାରେ ଏହି ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହେଲା କି UNWTO ପ୍ରତିବର୍ଷ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ କୌଣସି ଏକ ଦେଶକୁ ସହଯୋଗୀ ଦେଶ ଭାବେ ବାଛି ପାରିବେ।

ପ୍ରତିବର୍ଷ ଏହି ଦିବସର ଭିନ୍ନ ଭିନ୍ନ ଥିମ୍‌ ରହିଥାଏ। ଚଳିତ ଥର ଟ୍ୟୁରିଜ ଆଣ୍ଡ ଜବ୍‌, ବେଟର ଫ୍ୟୁଚର ଫର୍‌ ଅଲ୍‌ ଏହି ଦିବସର ଥମ୍‌ ରହିଛି।

Comment