ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ଭାବେ ଆପଣ ମୁକେଶ ଅମ୍ବାନିଙ୍କୁ ନିଶ୍ଚୟ ଜାଣିଥିବେ। ହେଲେ ସେ ପ୍ରତି ଘଣ୍ଟାରେ କେତେ ଟଙ୍କା ଆୟ କରିଥାନ୍ତି ତାହା ଆପଣ ବୋଧହୁଏ ଜାଣିନଥିବେ। ଆଇଆଇଏଫ୍ଏଲ୍ ୱେଲଥ୍ ହୁରୁନ୍ ଇଣ୍ଡିଆର ନୂଆ ତାଲିକାରୁ ଏଭଳି କିଛି ରୋଚକ କଥା ସାମନାକୁ ଆସିଛି।

ଏହି ରିପୋର୍ଟ ଅନୁସାରେ, ଗତ ୬ ମାସ ହେଲା ମୁକେଶ ଅମ୍ବାନି ଘଣ୍ଟା ପ୍ରତି ୯୦ କୋଟି ଟଙ୍କା ଲେଖାଏଁ ଆୟ କରିଛନ୍ତି। ଅର୍ଥାତ ଗତ ୬ ମାସ ହେଲା ପ୍ରତିଦିନ ମୁକେଶ ପାଖାପାଖି ୨୧୬ କୋଟି ଟଙ୍କା ଆୟ କରିଛନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି। ଏହି ଛଅ ମାସ ହେଲା ସାରା ଦେଶରେ ଲକଡାଉନ୍ ଭଳି ପରିସ୍ଥିତି ଜାରି ରହିଥିଲା। ଏହାସତ୍ତ୍ୱେ ମଧ୍ୟ ମୁକେଶଙ୍କ ଏହି ଆୟକୁ ଦେଖି ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି।

ଏହି ରିପୋର୍ଟରେ ମୁକେଶଙ୍କୁ ଭାରତ ସହ ଏସିଆର ଏକ ନମ୍ବର ଧନୀ ବ୍ୟକ୍ତି ଭାବେ ବିବେଚନା କରାଯିବା ସହିତ ବିଶ୍ୱର ଚତୁର୍ଥ ଧନୀ ଭାବେ ଦର୍ଶାଯାଇଛି। ବର୍ତ୍ତମାନ ତାଙ୍କର ସମ୍ପତ୍ତିର ପରିମାଣ ୬ ଲକ୍ଷ ୫୮ ହଜାର ୪ ଶହ କୋଟି ବୋଲି ଏହି ରିପୋର୍ଟ ସୂଚନା ଦେଇଛି।

ଗୋଟିଏ ବର୍ଷ ପୂର୍ବରୁ ମୁକେଶଙ୍କ ସମ୍ପତ୍ତିର ପରିମାଣ ୨ ଲକ୍ଷ ୭୭ ହଜାର ୭ ଶହ କୋଟି ରହିଥିଲା। ମାତ୍ର ୧୨ ମାସ ଭିତରେ ଏହା ୭୩ ପ୍ରତିଶତ ବୃଦ୍ଧି ପାଇ ପାଖାପାଖି ୭ ଲକ୍ଷ କୋଟିରେ ପହଞ୍ଚିଛି ବୋଲି ଆଇଆଇଏଫ୍ଏଲ୍ ୱେଲଥ୍ ହୁରୁନ୍ ଇଣ୍ଡିଆର ନୂଆ ତାଲିକାରୁ ଜଣାପଡ଼ିଛି।

Comment