ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅପରେସନ ଥିଲା ସିକ୍ରେଟ୍। ସେପ୍ଟେମ୍ବର ୨୮ ତାରିଖ ରାତିରେ ସାରା ଦେଶ ଶୋଇ ପଡ଼ିଥିବା ବେଳେ ପାକିସ୍ତାନ ମାଟିରେ ଭାରତୀୟ ବାୟୁସେନା କରିଥିଲେ ବଡ଼ ଧରଣର ହମ୍‌ଲା। ଶତ୍ରୁ ଦେଶ ପାକିସ୍ତାନ ତ ଦୂରର କଥା ଭାରତୀୟ ସେନା ବାହିନୀର ଅନେକ ଅଫିସର ବି ଏହି ସିକ୍ରେଟ ଅପରେସନର ଟେର୍ ପାଇଲେନି। ରାତି ପାହିଲା ବେଳକୁ ଅପରେସନ ସଫଳ। ସେହି ଘଟଣାକୁ ଆଜି ୪ ବର୍ଷ ପୂରିଛି।

୨୦୧୬ ମସିହାରେ ଭାରତ ସେନା ପକ୍ଷରୁ ପାକ୍‌ ଅଧିକୃତ କାଶ୍ମିରରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ହୋଇଥିଲା। ଏହା ଭାରତ ପାଇଁ ଏକ ବଡ଼ ସଫଳତା ବୋଲି ଧରାଯାଏ।

୨୮ ତାରିଖ ରାତିରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା।  ଏଲଓସି ଅତିକ୍ରମ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ତାକୁ ଧ୍ୱଂସ କରିଦେଇଥିଲେ ଭାରତୀୟ କମାଣ୍ଡୋ।

ଉରି ସେକ୍ଟରରେ ଥିବା ଭାରତୀୟ ସେନା ଶିବିର ଉପରେ ଆତଙ୍କବାଦ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ୨୦୧୬ ସେପ୍ଟେମ୍ବର ୨୮-୨୯ ରାତିରେ ଭାରତୀୟ ସେନା ସୀମା କରି ଏହି ସର୍ଜିକାଲ ଷ୍ଟ୍ରାଇକ୍‍ କରିଥିଲା।

ଭାରତୀୟ ସେନା ପିଓକେର ଥିବା ଅନେକ ପାକିସ୍ତାନୀ ଆତଙ୍କବାଦ ବଙ୍କରକୁ ନଷ୍ଟ କରିବା ସହ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ସେହି ସମୟରେ ଯବାନଙ୍କ ହେଲମେଟ୍‍ ଉପରେ ଲାଗିଥିବା କ୍ୟାମେରା ଓ ଡ୍ରୋନ୍‍ ଯୋଗେ ସମ୍ପୂର୍ଣ୍ଣ ଅଭିଯାନର ଭିଡ଼ିଓ ଚିତ୍ର ଉତ୍ତୋଳନ କରାଯାଇଥିଲା।

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର, ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋଭାଲ ଏବଂ ତତ୍‌କାଳୀନ ସେନା ମୁଖ୍ୟ ଜେନେରାଲ୍‌ ଦଲବୀର ସିଂହ ନୂଆଦିଲ୍ଲୀରୁ ଉକ୍ତ ଅଭିଯାନକୁ ମନିଟର୍‌ କରୁଥିଲେ।

ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଘୋଷିତ ହେବା ପରେ ନିରାପତ୍ତା ସମ୍ବନ୍ଧରେ କ୍ୟାବିନେଟ୍‌ କମିଟିର ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷତା କରିଥିଲେ। ଏହା ପରେ ସେ ସର୍ବଦଳୀୟ ବୈଠକ ଡାକି ତତ୍‌କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ସବୁ କଥା ଅବଗତ କରାଇଥିଲେ।

କୁହାଯାଏ ପାକିସ୍ତାନର ଆତଙ୍କବାଦୀ ଆଡ୍ଡାକୁ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ କେମିତି ଛାରଖାର କରୁଛନ୍ତି ତାହା କେବଳ ଅନୁଧ୍ୟାନ କରୁଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

Comment