ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୩ରେ ସମଗ୍ର ଦେଶରେ ଯେଉଁ ଲକଡାଉନ ଆରମ୍ଭ ହେଲା ଓଡ଼ିଶାକୁ ୮ଲକ୍ଷରୁ ଅଧିକ ପ୍ରବାସୀ ଫେରିଥିଲେ। ଏମାନେ ବିଭିନ୍ନ ରାଜ୍ୟରୁ ଆସିଥିଲେ। ଏକଥା କହିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ। ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ କହିଲେ ଯେ ଏମାନଙ୍କୁ ଆଣିବା ପାଇଁ ୨୨୭ଟି ଟ୍ରେନ କାମରେ ଲାଗିଥିଲେ। ମୁଖ୍ୟତଃ କେରଳ, ତାମିଲନାଡୁ ଓ ଗୁଜରାଟରୁ ପ୍ରବାସୀ ଓଡ଼ିଆମାନେ ନିଜ ନିଜ ଗାଁକୁ ଫେରିଥିଲେ।

ମୋଟ ୮୫୩୭୭୭ ଜଣ ଲୋକଙ୍କୁ ଆଣିବା ପାଇଁ ପୂର୍ବତଟ ରେଳବାଇକୁ ଭଡ଼ା ବାବଦକୁ ୯ କୋଟି ଟଙ୍କା ଦିଆଯାଇଥିଲା ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଥିଲେ।

ମନ୍ତ୍ରୀ ଏକଥା ମଧ୍ୟ ତାଙ୍କ ଉତ୍ତରରେ କହିଛନ୍ତି ଯେ ଏମାନଙ୍କ ମଧ୍ୟରୁ କେତେ ଜଣ ପ୍ରବାସୀ ଶ୍ରମିକ ଥିଲେ ସେହି ବିବରଣୀ ସରକାରଙ୍କ ପାଖରେ ନାହିଁ। ଏହି ତଥ୍ୟକୁ ଏକାଠି କରିବା ପାଇଁ ସବୁ ଜିଲ୍ଲାକୁ କୁହାଯାଇଛି ବୋଲି ମନ୍ତ୍ରୀ ତାଙ୍କ ଜବାବରେ ଉଲ୍ଲେଖ କରିଛନ୍ତି।

Comment