ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ଘଟିଛି। ଶନିବାର ବିଳମ୍ବିତ ରାତିରେ ୬୫ ବର୍ଷ ବୟସରେ ମହାରଥୀ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଆଜି ତାଙ୍କ ଅନ୍ତିମ ସଂସ୍କାର କରାଯିବ।

ବିଜେଡି ପାର୍ଟି ଅଫିସରୁ ଜନ୍ମମାଟି ପିପିଲିରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିଛି। ଏହିଠାରୁ ଶୋଭାଯାତ୍ରାରେ ପିପିଲା ବାସଭବନକୁ ନିଆଯିବ। ସେଠାରୁ ତାଙ୍କୁ ଫାର୍ମହାଉସ ନିଆଯିବ। ଏହାପରେ ଅପରାହ୍‌ଣରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ ସମ୍ପନ୍ନ ହେବ।

ମହାରଥୀ ପ୍ରଥମେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଏହାପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରାଯାଇଥିଲା।  ସେଠାରେ ସେ ଚିକିତ୍ସାରେ ରହି ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏହାପରେ ପୁଣି  ସେ ଅସୁସ୍ଥ ହୋଇପଡ଼ିଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।  ଚିକିତ୍ସାଧୀନ ଅବସ୍ଥାରେ ଥିବା ସମୟରେ ତାଙ୍କର  ସ୍ୱାସ୍ଥ୍ୟ ବିଗିଡ଼ି ଥିଲା। ଶୁକ୍ରବାର ଦିନ ସେ ଗୁରୁତର ହୋଇପଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା

Comment