ଓଡ଼ିଶାଲାଇଭ୍ ବ୍ୟୁରୋ

ବିଧାନସଭାରେ ଉଠିଲା ଖଣି ଦୁର୍ନୀତି ତାତି। ଆଜି ବିଧାନସଭାର ମୌସୁମୀ ଅଧିବେଶନରେ ବିରୋଧୀ ଦଳର ନେତାମାନେ ଖଣି ଦୁର୍ନୀତିକୁ ପ୍ରସଙ୍ଗ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ ଏନେଇ ପ୍ରଥମେ କଥା ଉଠାଇଥିଲେ। ଖଣି ଲିଜରୁ ମୁଷ୍ଟିମେୟ ଅଫିସରମାନେ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ଲୁଟି ନେଇଛନ୍ତି। ରାଜ୍ୟ ସରକାର ଲୋକଙ୍କ ସହ ମିଶି ଏପରି କରୁଛନ୍ତି ବୋଲି ବିରୋଧୀ ଦଳର ନେତା ଅଭିଯୋଗ କରିଛନ୍ତି।ଅନ୍ୟପଟେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ ଉତ୍ତର ମିଳୁନାହିଁ ବୋଲି ସେ କହିଛନ୍ତି। ସେହିପରି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି।

ବିଜେଡି ବିଧାୟକ ପ୍ରତାପ ଦେବ ବିରୋଧୀଙ୍କ ଏହି କଥାର ଜବାବ ରଖିଛନ୍ତି। ସୁପ୍ରିମକୋର୍ଟ, କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ମୁତାବକ ଖଣି ନିଲାମ ହେଉଛି। ବିରୋଧୀମାନେ ଶସ୍ତା ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି।

Comment