ଓଡ଼ିଶାଲାଇଭ୍ ବ୍ୟୁରୋ

ଆବୁଧାବି ଇନଭେଷ୍ଟମେଣ୍ଟ ଅଥରିଟି (ଏଡିଆଇଏ)ର ପୂର୍ଣ୍ଣ ମାଲିକାନାଧୀନ ଏକ ସଂସ୍ଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ କମ୍ପାନି ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ (ଆରଆରଭିଏଲ୍‌)ରେ ୫୫୧୨.୫୦ କୋଟି ଟଙ୍କା ନିବେଶ କରିବ। ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ) ଏବଂ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ (ଆରଆରଭିଏଲ୍‌) ପକ୍ଷରୁ ଘୋଷଣା କରାଯାଇଛି।

ଏହି ପୁଞ୍ଜିନିବେଶ ଆରଆରଭିଏଲ୍‌କୁ ପ୍ରି-ମନି ଇକ୍ଵିଟି ମୂଲ୍ୟ ୪.୨୮୫ ଲକ୍ଷ କୋଟି ଟଙ୍କା ଆକଳନ ହିସାବରେ ପୂର୍ଣ୍ଣ ବିଘଟିତ ଭିତ୍ତିରେ ଆରଆରଭିଏଲ୍‌ରେ ୧.୨୦ ପ୍ରତିଶତ ଅଂଶଧନରେ ରୂପାନ୍ତରିତ ହେବ। ଏହି ପୁଞ୍ଜିନିବେଶ ସହିତ ଆରଆରଭିଏଲ୍ ଚାରି ସପ୍ତାହରୁ କମ୍ ସମୟ ମଧ୍ୟରେ ସିଲ୍‌ଭର ଲେକ୍, କେକେଆର୍, ଜେନେରାଲ ଆଟଲାଣ୍ଟିକ, ମୁବାଦଲା, ଜିଆଇସି, ଟିପିଜି ଏବଂ ଏଡିଆଇଏ ଭଳି ଅଗ୍ରଣୀ ବିଶ୍ୱସ୍ତରୀୟ ନିବେଶକଙ୍କ ନିକଟରୁ ୩୭,୭୧୦ କୋଟି ଟଙ୍କାର ପୁଞ୍ଜିନିବେଶ ସଂଗ୍ରହ କରିପାରିଛି।ଆରଆରଭିଏଲ୍‌ର ଏକ ସହଯୋଗୀ ସଂସ୍ଥା ରିଲାଏନ୍ସ ରିଟେଲ ଲିମିଟେଡ୍ ଭାରତର ସର୍ବବୃହତ୍, ଦ୍ରୁତ ଅଭିବୃଦ୍ଧିଶୀଳ ଏବଂ ସର୍ବାଧିକ ଲାଭଜନକ ରିଟେଲ ବ୍ୟବସାୟ ପରିଚାଳନା କରିବା ସହିତ ଏହାର ଦେଶବ୍ୟାପୀ ରହିଥିବା ୧୨,୦୦୦ ଷ୍ଟୋରରେ ପ୍ରବେଶ କରୁଥିବା ୬୪୦ ନିୟୁତରୁ ଉର୍ଦ୍ଧ୍ୱ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛି।

କୋଟି କୋଟି ଭାରତୀୟଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ତାହାକୁ ସୁରକ୍ଷିତ ରଖିବା ସହିତ କୋଟି କୋଟି କୃଷକ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ (ଏମଏସଏମଇ)ଙ୍କୁ ଏହା ସଶକ୍ତ କରିବା ଦିଗରେ କାର୍ଯ୍ୟ କରୁଛି। ଏଥିସହିତ ଏକ ପସନ୍ଦଯୋଗ୍ୟ ସହଭାଗୀ ଭାବରେ ବିଶ୍ୱସ୍ତରୀୟ ଓ ଘରୋଇ କମ୍ପାନିଗୁଡ଼ିକ ସହିତ ନିବିଡ଼ ଭାବରେ କାର୍ଯ୍ୟ କରି କୋଟି କୋଟି ଗ୍ରାହକଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ରିଲାଏନ୍ସ ରିଟେଲ ଗୁରୁତ୍ଵ ଦେଉଛି।ରିଲାଏନ୍ସ ରିଟେଲ ଏହାର ନୂତନ ବ୍ୟବସାୟିକ କୌଶଳାତ୍ମକ ନୀତି ଜରିଆରେ କ୍ଷୁଦ୍ର ଓ ଅସଂଗଠିତ ବ୍ୟବସାୟୀମାନଙ୍କର ଡିଜିଟାଲ ରୂପାନ୍ତରଣ ଆରମ୍ଭ କରିଛି ଏବଂ ନିଜର ନେଟୱାର୍କକୁ ଏହିଭଳି ୨୦ ନିୟୁତ ବ୍ୟବସାୟୀଙ୍କୁ ସମ୍ପ୍ରସାରିତ କରିବାକୁ ଲକ୍ଷ୍ୟ ରଖିଛି। ଏହା ବ୍ୟବସାୟୀଙ୍କୁ ସେମାନଙ୍କର ଗ୍ରାହକଙ୍କୁ ଉନ୍ନତ ମୂଲ୍ୟ ଓ ସେବା ଯୋଗାଇଦେବା ପାଇଁ ପ୍ରଯୁକ୍ତିଗତ ସାଧନ ତଥା ଏକ ସୁସଂହତ ଯୋଗାଣ ଶୃଙ୍ଖଳ ଭିତ୍ତିଭୂମି ଉପଯୋଗ କରିବାକୁ ସମର୍ଥ କରିବ।

ଏହି ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି, “ଏଡିଆଇଏର ସାମ୍ପ୍ରତିକ ପୁଞ୍ଜିନିବେଶ ଏବଂ ନିରବଚ୍ଛିନ୍ନ ସମର୍ଥନ ପାଇଁ ଆମେ ବେଶ୍ ଆନନ୍ଦିତ ଏବଂ  ବିଶ୍ୱସ୍ତରରେ ଚାରିଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ଉତ୍ତମ ମୂଲ୍ୟ ସୃଷ୍ଟି କରିବାରେ ଏହାର  ଦୀର୍ଘ ଅଭିଜ୍ଞତାରୁ ଆମେ ଉପକୃତ ହେବା ପାଇଁ ଆଶା ରଖିଛୁ। ଏଡିଆଇଏର ପୁଞ୍ଜିନିବେଶ ରିଲାଏନ୍ସ ରିଟେଲର ପ୍ରଦର୍ଶନ ଓ ସାମର୍ଥ୍ୟ ଏବଂ ଏହା କାର୍ଯ୍ୟକାରୀ କରୁଥିବା ଅନ୍ତର୍ଭୁକ୍ତିଭିତ୍ତିକ ତଥା ରୂପାନ୍ତରଣକ୍ଷମ ନୂତନ ବାଣିଜ୍ୟ ବା ନ୍ୟୁ-କମର୍ସ ବ୍ୟବସାୟିକ ମଡେଲକୁ ସମର୍ଥନର ପରିଚାୟକ।”ଏଡିଆଇଏର ପ୍ରାଇଭେଟ ଇକ୍ଵିଟି ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହମାଦ ଶାହୱାନ ଅଲ୍‌ଧହେରୀ କହିଛନ୍ତି, “ରିଲାଏନ୍ସ ରିଟେଲ ଭାରତରେ ନିଜକୁ ଦ୍ରୁତଭାବରେ ଅନ୍ୟତମ ଅଗ୍ରଣୀ ରିଟେଲ ବ୍ୟବସାୟ ସଂସ୍ଥା ଭାବରେ ପ୍ରତିଷ୍ଠିତ କରାଇପାରିଛି। ଏହା ନିଜର ଭୌତିକ ଓ ଡିଜିଟାଲ ଯୋଗାଣ ଶୃଙ୍ଖଳର ସମ୍ମିଶ୍ରଣରେ ଆହୁରି ଦ୍ରୁତ ଅଭିବୃଦ୍ଧି ହାସଲ ପାଇଁ ମଜଭୁତ ସ୍ଥିତିରେ ରହିଛି। ଏସିଆର ଉପଭୋକ୍ତା-ପରିଚାଳିତ ଅଭିବୃଦ୍ଧି ଏବଂ ଦ୍ରୁତ ପ୍ରଯୁକ୍ତିଗତ ପ୍ରଗତି ସହିତ ସଂଯୁକ୍ତ ବଜାରରେ ଅଗ୍ରଣୀ ବ୍ୟବସାୟ ସଂସ୍ଥାରେ ପୁଞ୍ଜିନିବେଶ କରିବା ପାଇଁ ଆମର ରହିଥିବା କୌଶଳାତ୍ମକ ନୀତି ମୁତାବକ ଏହି ନିବେଶ କରାଯାଇଛି।”ଏହି କାରବାର ନିୟାମକ ଓ ଅନ୍ୟ ପ୍ରଥାଗତ ଅନୁମୋଦନ ପରେ କାର୍ଯ୍ୟକ୍ଷମ ହେବ ମୋର୍ଗାନ ଷ୍ଟାନ୍‌ଲି ରିଲାଏନ୍ସ ରିଟେଲର ଆର୍ଥିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିବାବେଳେ ସିରିଲ ଅମରଚାନ୍ଦ ମଙ୍ଗଳଦାସ ଏବଂ ଡେଭିସ ପୋଲ୍‌କ ଆଣ୍ଡ୍ ୱାର୍ଡୱେଲ ଏହାର ଆଇନଗତ ପରାମର୍ଶଦାତା ଭାବେ କାର୍ଯ୍ୟ କରିଛନ୍ତି।

Comment