ଓଡ଼ିଶାଲାଇଭ୍ ବ୍ୟୁରୋ

ଭିଲେନ, ହିରୋ, ପ୍ରଯୋଜକ ଓ ରାଜନେତା। ଆଉ କିଛି ସମୟ ପାଇଁ ସନ୍ନ୍ୟାସ। ବିନୋଦ ଖାନ୍ନାଙ୍କ ଜୀବନ ବେଶ ଘଟଣାବହୁଳ। ନିଜର ଆକର୍ଷଣୀୟ ଚେହେରା ଓ ଚମତ୍କାର ଅଭିନୟ ପାଇଁ ଭାରତୀୟ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ। ଓଶୋଙ୍କ ଆଦର୍ଶ ଓ ଦର୍ଶନରେ ଅନୁପ୍ରାଣିତ ହୋଇ ସନ୍ନ୍ୟାସୀ ହୋଇଥିଲେ, ହେଲେ ୫ ବର୍ଷ ପରେ ପୁଣି ତାଙ୍କୁ ବଲିଉଡ ଫେରାଇ ଆଣିଥିଲା। ଓଶୋଙ୍କ ଆଦର୍ଶ ଆଉ ବଲିଉଡ ପ୍ରେମ ପାଇଁ ତାଙ୍କୁ ଅନେକ ସେକ୍ସି ସନ୍ନ୍ୟାସୀ ବୋଲି କହନ୍ତି।

vinod khanna

୧୯୪୬ ମସିହା ଅକ୍ଟୋବର ୬ ତାରିଖରେ ପେଶାୱାରରେ ଜନ୍ମହୋଇଥିଲେ। ବିଭାଜନ ବେଳେ ତାଙ୍କ ପରିବାର ବମ୍ବେ ଚାଲିଆସିଥିଲେ। ତାଙ୍କର ୩ ଭଉଣୀ ଓ ଜଣେ ଭାଇ। ବମ୍ବେର ସେଣ୍ଟମ୍ୟାରୀ ସ୍କୁଲରେ ପଢ଼ା ଆରମ୍ଭ କରିଥିଲେ। ଦ୍ୱିତୀୟ ଶ୍ରେଣୀ ବେଳକୁ ତାଙ୍କ ପରିବାର ଦିଲ୍ଲୀ ପଳାଇଥିଲେ। କିଛି ବର୍ଷ ପରେ ପୁଣି ବମ୍ବେ ଫେରିଆସିଥିଲେ ତାଙ୍କ ପରିବାର। ତାଙ୍କ ଉଚ୍ଚଶିକ୍ଷା ବମ୍ବେ ସିଡେହାମ କଲେଜରେ ହିଁ ହୋଇଥିଲା।

vinod khanna and cricket

ସିନେମା ପୂର୍ବରୁ ତାଙ୍କର କ୍ରିକେଟ ପ୍ରତି ପ୍ରେମ ଥିଲା। ସେ ଭଲ କ୍ରିକେଟ ଖେଳୁଥିଲେ। 1968ରେ ତାଙ୍କୁ ସୁନୀଲ ଦତ୍ତ ଠାବ କରିଥିଲେ ଓ ତାଙ୍କର ଫିଲ୍ମ ମନକେ ମିତରେ ସୁଯୋଗ ଦେଇଥିଲେ। ଏଥିରେ ସେ ଭିଲିଆନ ଭୂମିକାରେ ଅଭିନୟ କରିଥିଲେ। ବେଶ କିଛି ଦିନ ପର୍ଯ୍ୟନ୍ତ ସେ ସପୋର୍ଟିଂ ଭୂମିକାରେ ଅଭିନୟ କରିଥିଲେ। ପୂରବ ଔର ପଶ୍ଚିମ, ସଚ୍ଚାଝୁଟ୍ଟା, ଆନ ମିଲୋ ସଜନା, ମସ୍ତାନା ଓ ମେରେ ଗାଓଁ ମେରେ ଦେଶରେ ସେ ସହଅଭିନେତା ଥିଲେ। ତେବେ ୧୯୭୧ରେ ସେ ଲିଡ୍ ରୋଲରେ ଅଭିନୟ କରିଥିଲେ। ଫିଲମ୍ ଥିଲା ହମ ଅର ତୁମ୍। ଏହାପରେ ୧୯୭୩ରେ ଗୁଲଜାରଙ୍କ ଅଚାନକରେ ସେ ଅଭିନୟ କରିଥିଲେ। ଏହାପରଠାରୁ ସେ ବଲିଉଡରେ ଚର୍ଚିତ ହୋଇସାରିଥିଲେ।

vinod khanna actor

ବହୁ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ ମଧ୍ୟ, ତାଙ୍କ ଅଭିନୀତ ଅଚାନକ, ମେରେ ଅପନେ, କଚେଧାଗେ, ଗଦ୍ଦାର, ଇମତିହାନ, ମୁକଦ୍ଦରକା ସିକନ୍ଦର, ଅମର ଆକବର ଆନ୍ଥୋନୀ, ବର୍ନିଂଟ୍ରେନ୍, ଖୁନ ପସିନା, ଦୟାବାନ, ଚାନ୍ଦିନୀ ଓ ଜୁର୍ମରେ ପ୍ରମୁଖ ଚରିତ୍ରରେ ଅଭିନୟ କରିଥିଲେ। ଭିଲିଆନରୁ ହିରୋ ହେବା ମଧ୍ୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା। ୧୯୮୨ ମସିହାରେ ତାଙ୍କ କ୍ୟାରିଅର ଶୀର୍ଷରେ ଥିବା ବେଳେ ସେ ବାଏବାଏ କରିଥିଲେ ବଲିଉଡକୁ। ହେଲେ ସେଠାରେ ୫ ବର୍ଷ ରହିବା ପରେ ପୁଣି ଫେରିଆସିଥିଲେ। ଇନସାଫ୍, ସତ୍ୟମେବ ଜୟତେ ଚଳଚ୍ଚିତ୍ରରେ ଅଭିନୟ କରି ଚର୍ଚ୍ଚିତ ହୋଇଥିଲେ। ଥରେ ସେ ଫିଲ୍ମ ଫେୟାର ପୁରସ୍କାର ପାଇଥିବା ବେଳେ, ଏକାଧିକ ଥର ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ଏହାସହ ତାଙ୍କୁ ମରୋଣତ୍ତର ଭାବେ ଦାଦା ସାହେବ ଫାଲକେ ପୁରସ୍କାର ମିଳିଥିଲା।

vinod khanna political carrer

ଏକାଧିକ ଥର ସାଂସଦ ହେବା ଓ ବିଜେପି ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀ ହେବା ବି ତାଙ୍କ ସଫଳତାର ଆଉ ଏକ ଦିଗ। ୧୯୯୮ରୁ ୨୦୦୯ ଓ ୨୦୧୪ରୁ ୧୭ ଯାଏ ସେ ପଞ୍ଜାବ ଗୁରୁଦାସପୁରରୁ ସାଂସଦ ନିର୍ବାଚିତ ହୋଇଥିଲେ। ସାଂସଦ ଥିବା ଅବସ୍ଥାରେ ହିଁ 2017 ଏପ୍ରିଲରେ ତାଙ୍କର ବିୟୋଗ ହୋଇଥିଲା। ୨୦୦୨ରେ ସେ ବାଜପେୟୀଙ୍କ ସରକାରରରେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ହୋଇଥିଲେ। ଏହାର 6 ମାସ ପରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ମଧ୍ୟ ହୋଇଥିଲେ।

Comment