ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଗିରଫ ହୋଇଥିବା ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇ ହାଇକୋର୍ଟ ଆଜି ଜାମିନ ପ୍ରଦାନ କରିଛନ୍ତି। ଜାମିନ ମିଳିବା ପରେ ଦୀର୍ଘ ୧ ମାସ ପରେ ରିୟା ବାଏକୁଲ୍ଲାରେ ଜେଲରୁ ବାହାରିଛନ୍ତି। ଜେଲ ବାହାରେ ପୋଲିସ କଡ଼ା ସୁରକ୍ଷା ଦେଇଛି।

ଅନ୍ୟପଟେ ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ପାଇଁ ଅଡ଼ୁଆ ବଢ଼ିଛି। କାରଣ ହାଇକୋର୍ଟ ସୌଭିକଙ୍କ ଜାମିନ ଆବେଦନ ଖାରଜ କରିଦେଇଛନ୍ତି। ସେହିପରି ରିୟାଙ୍କ ସହିତ ସାମୁଏଲ ମିରଣ୍ଡା ଏବଂ ଦିପେଶ ସ୍ୱାଓନ୍ତଙ୍କୁ ମଧ୍ୟ ଜାମିନ ମିଳିଥିବା ବେଳେ ଅବଦୁଲ ବାସିତଙ୍କ ଜାମିନ ଆବେଦନ ଖାରଜ ହୋଇଛି।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିବା ଏବଂ ତାଙ୍କ ଡ୍ରଗ୍ସ ଖାଇବାର ଅଭ୍ୟାସ କରାଇବା ଅଭିଯୋଗରେ ରିୟା ଚକ୍ରବର୍ତ୍ତୀ ଏବଂ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ସେପ୍ଟେମ୍ବର ୮ରେ ଗିରଫ କରାଯାଇଥିଲା।  ଗିରଫ ହେବା ପରେ ରିୟାଙ୍କୁ ସେପ୍ଟେମ୍ବର ନ୍ୟାୟିକ ହେପାଜତରେ ବାଏକୁଲ୍ଲାକୁ ପଠାଇ ଦିଆଯାଇଥିଲା।

Comment