ଓଡ଼ିଶାଲାଇଭ୍ ବ୍ୟୁରୋ

ପଶ୍ଚିମବଙ୍ଗରେ ଆଜି ବିଜେପି କାର୍ଯ୍ୟକର୍ତ୍ତା ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ପୋଲିସ ବିଜେପି କର୍ମୀଙ୍କ ଉପରେ ଲାଠିଚାର୍ଜ କରିବା ସହିତ ପାଣିମାଡ଼ କରିଥିବା ନଜର ଆସିଛି।

ଆଜି ଯୁବ ବିଜେପି ପକ୍ଷରୁ ରାଜ୍ୟ ସଚିବାଳୟ ପର୍ଯ୍ୟନ୍ତ ଏକ ରାଲିର ଆୟୋଜନ କରାଯାଇଥିଲା। ହେଲେ ଅଧାବାଟରୁ ପୋଲିସ ଏହି ରାଲିକୁ ରୋକିଥିଲା। ଏହାକୁ ବିରୋଧ କରି ବିଜେପି କାର୍ଯ୍ୟକର୍ତ୍ତାମାନେ ପୋଲିସ ଉପରକୁ ପଥରମାଡ଼ କରିଥିଲେ। ପୋଲିସ ମଧ୍ୟ ଭିଡ଼ ଭାଙ୍ଗିବାକୁ କିଛି ବିଜେପି କାର୍ଯ୍ୟକତ୍ତାଙ୍କ ଉପରେ ଲାଠିଚାର୍ଜ କରିଥିବା ଖବର ମଧ୍ୟ ମିଳିଛି।ଏହି ଘଟଣାକୁ ନେଇ ବିଦ୍ୟାସାଗର ସେତୁ ପୁରାପୂରି ବନ୍ଦ ହୋଇଯାଇଥିଲା। ପୋଲିସ ପ୍ରଦର୍ଶନକାରୀଙ୍କୁ ହଟାଇବାକୁ ଚେଷ୍ଟା କରିଥିଲା। ଶେଷରେ ପୋଲିସ ଭିଡ଼ ହଟେଇବାକୁ କାର୍ଯ୍ୟକର୍ତ୍ତାଙ୍କ ଉପରେ ଲାଠି ଚାର୍ଜ କରିବା ସହିତ ପାଣି ମାଡ଼ କରିଥିଲା। ଏହାକୁ ନେଇ ବିଜେପି ମହାସଚିବ କୈଳାଶ ବିଜୟବର୍ଗୀୟ କହିଛନ୍ତି ଯେ, ପଶ୍ଚିମବଙ୍ଗ ସରକାର କଥା ହେବାକୁ ଭୟ କରୁଛନ୍ତି। ଲୋକମାନଙ୍କର ଗଣତାନ୍ତ୍ରିକ ଅଧିକାରକୁ ରୋକାଯାଉଛି ବୋଲି କହିଛନ୍ତି।

ଅନ୍ୟପଟେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ପ୍ରଦର୍ଶନ ପରେ ମମତା ସରକାର ରାଜ୍ୟ ସଚିବାଳୟକୁ ଦୁଇ ଦିନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଏହି ଦୁଇଦିନ ସଚିବାଳୟରକୁ ସାନିଟାଇଜ୍ କରାଯିବ।

Comment