ଓଡ଼ିଶାଲାଇଭ୍ ବ୍ୟୁରୋ

ଖିଲାଡ଼ି କୁମାର ଅକ୍ଷୟଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’‌ ପାଇଁ ଏବେ ଅଡ଼ୁଆ ସୃଷ୍ଟି ହୋଇଛି। ଫିଲ୍ମ ରିଲିଜ୍ ହେବାକୁ ଆଉ ମାତ୍ର ମାସେ ବାକି ଥିବା ବେଳେ ଏହାକୁ ବୟକଟ୍ କରିବା ପାଇଁ ସୋସିଆଲ ମିଡିଆରେ ଦାବି ହେଉଛି ଏବଂ ୟୁଜରମାନେ ଅକ୍ଷୟଙ୍କୁ ଟ୍ରୋଲ କରୁଛନ୍ତି। ଡ୍ରଗ୍ସ ଲିଙ୍କ୍‌କୁ ନେଇ ଅକ୍ଷୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି।

ବର୍ତ୍ତମାନ ସମୟରେ ଅକ୍ଷୟଙ୍କ ଅଭିନୀତ ‘ଲକ୍ଷ୍ମୀ ବମ୍’ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। କାରଣ ୟୁଜରମାନେ ଏବେ ଏହି ଫିଲ୍ମକୁ ବୟକଟ୍ କରିବା ପାଇଁ ବିପୁଳ ମାତ୍ରାରେ ପୋଷ୍ଟ କରୁଛନ୍ତି। ତେବେ ଅକ୍ଷୟଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଏଭଳି ସ୍ଥିତି ଉପୁଜିଛି। ନିକଟରେ ଅକ୍ଷୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଥିଲେ।laxmi bombଏଥିରେ ସେ ଡ୍ରଗ୍ସ କେସ୍‌କୁ ରିପୋଷ୍ଟ କରି କହିଥିଲେ ଯେ ସମ୍ପୂର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସମାନ ନଜରରେ ଦେଖିବା ଭୁଲ। ସମସ୍ତେ ଡ୍ରଗ୍ସ ନିଅନ୍ତି ନାହିଁ। ସବୁ କଳାକାର ଖରାପ କାମ କରନ୍ତି ନାହିଁ। ସେ ଏ।ହି ସବୁ ନକାରାତ୍ମକ କଥାରେ ବହୁତ ଚିନ୍ତିତ ହୋଇପଡ଼ିଥିବା କହିଥିଲେ। ଏହି ଭିଡିଓ ପୋଷ୍ଟ କରିବା ପରେ ତାହା ଖୁବ କମ୍ ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା।

ଅକ୍ଷୟଙ୍କର ଏହି ଭିଡିଓକୁ ବହୁତ ଲୋକ ବିରୋଧ କରୁଛନ୍ତି। ସେମାନଙ୍କ କହିବା ଅନୁସାରେ ଅକ୍ଷୟ କେବଳ ବଲିଉଡକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ତାହା ନୁହେଁ ବରଂ ଭୁଲ୍‌କୁ ମଧ୍ୟ ପ୍ରଶୟ ଦେଉଛନ୍ତି। ତେଣୁ ଅକ୍ଷୟଙ୍କ ଫିଲ୍ମକୁ ବୟକଟ୍ କରିବା ପାଇଁ ସେମାନେ ଦାବି କରିଛନ୍ତି।ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ଅନେକ ଲୋକ ବଲିଉଡ୍‌କୁ ବୟକଟ୍ କରିବା ପାଇଁ ଦାବି କରି ଆସୁଛନ୍ତି। ନିକଟରେ ରିଲିଜ୍ ହୋଇଥିବା ଆଲିଆ ଭଟ୍ଟଙ୍କ ଫିଲ୍ମ ସଡ଼କ ୨ରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ତେଣୁ ଏବେ ଅକ୍ଷୟଙ୍କର ଏହି ଭିଡିଓ ତାଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍’‌ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ ବୋଲି କୁହାଯାଉଛି।

Comment