ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଧାନମନ୍ତ୍ରୀଙ୍କ ଅଭିଯାନ “କରୋନା ସେ ବଚେ, ଯବ୍ ତକ୍ ଦବାଇ ନେହିଁ, ତବ୍ ତକ୍ ଢିଲାଇ ନେହିଁ”, କୁ ଅନୁସରଣ କରି ଶୁକ୍ରବାର ଦିନ ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ଶପଥ ଗ୍ରହଣ କରାଯାଇଛି।

ନିଜେ ସତର୍କ ରହିବା ସହିତ ନିଜ ସାଙ୍ଗ ସାଥୀଙ୍କୁଏହି ମାରାତ୍ମକ ଭୂତାଣୁ ବିଷୟରେ ସଜାଗ କରିବା। ଏହା ସହିତ ଆବଶ୍ୟକୀୟ ଆଚାର-ବିଚାର ପାଳନ କରିବା ଓ ଅନ୍ୟମାନଙ୍କୁ କହିବା। ନିଜେ ସାବଧାନ ରହିବା ସହିତ ଅନ୍ୟମାନଙ୍କୁ ସାବଧାନ ରହିବାକୁ ଅନୁପ୍ରାଣିତ କରିବା। ନିଜେ ମୁହଁରେ ମାସ୍କ ପିନ୍ଧିବା, ଅନ୍ୟକୁ ମଧ୍ୟ କହିବା। ବିଶେଷତଃ ସାର୍ବଜନିକ ସ୍ଥାନରେ ପରସ୍ପର ଠାରୁ ଦୁଇ ଗଜ ସାମାଜିକ ଦୂରତା ରଖିବା, ହାତକୁ ସାବୁନ୍ ଓ ପାଣିରେ ଭଲ ଭାବେ ଧୋଇବା। ଏହିଭଳି ଭାବେ ସୋଆ ଏନ୍‌ଏସ୍‌ଏସ୍‌ର ପ୍ରୋଗ୍ରାମ୍ ସଂଯୋଜକ, ପ୍ରୋଗ୍ରାମ୍ ଅଧିକାରୀ ଓ ସ୍ୱେଚ୍ଛାସେବୀମାନେ ଶପଥ ପାଠ କରିଛନ୍ତି।

ସ୍ୱତଃ ପ୍ରବୃତ ଭାବରେ ଛାତ୍ରଛାତ୍ରୀ ଓ ଅନ୍ୟମାନେ ନିଜ ନିଜ ସ୍ଥାନରେ ଏହି ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଶେଷତଃ ଅମିତ୍‌, ପ୍ରତୀକ, ଦେବାଶିଷ ପ୍ରମୁଖ ମୁଖ୍ୟ ଭୂମିକା ତୁଲାଇ ଥିଲେ। ପ୍ରୋଗ୍ରାମ କୋଡିନେଟର୍ ଡକ୍ଟର ନଚିକେତା ଶର୍ମା ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ଦେବା ସହତ କୋଭିଡ-୧୯ ସଚେତନତା ୱେବିନାର ଶୃଙ୍ଖଳା ଭଳି ଆଗାମୀ ଦିନରେ ପ୍ରତି ଏନ୍‌ଏସ୍‌ଏସ୍ ୟୁନିଟ୍ ସ୍ତରରେ ଜାତୀୟ ଶିକ୍ଷା ନୀତି ଉପରେ ୱେବିନାର ଆୟୋଜନ ହେବା ନେଇ କହିଥିଲେ।

LEAVE A REPLY

Please enter your comment!
Please enter your name here